ମନୋରମାଙ୍କ ଏକାଦଶାହରେ ଗଭୀର ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର,(ୱାଇଏନ୍ଏସ୍): ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ, ଗାନ୍ଧୀମଣିଷ ଦୋଳଗୋବିନ୍ଦ ପ୍ରଧାନଙ୍କ ଧର୍ମପତ୍ନୀ ସ୍ୱର୍ଗୀୟା ମନୋରମା ପ୍ରଧାନଙ୍କ ଏକାଦଶାହ ଉପଲକ୍ଷେ ସରକାରଙ୍କ କୋଭିଡ଼ ନିୟମକୁ ଧ୍ୟାନରେ ରଖି ଏକ ନିରାଡ଼ମ୍ବର ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସଭା ଗାନ୍ଧୀମଣିଷ ଦୋଳଗୋବିନ୍ଦଙ୍କ ଭୁବନେଶ୍ୱର ଆଠ ନମ୍ବର ବାସଗୃହରେ ମହତ୍ମା ଗାନ୍ଧୀ ଅହିଂସା ଐତିହ୍ୟ ପ୍ରତିଷ୍ଠାନ ପକ୍ଷରୁ ଅଧ୍ୟକ୍ଷ ଡ.ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗୀୟା ମା ମନୋରମାଙ୍କ ଫଟୋଚିତ୍ରରେ ମଲ୍ୟାର୍ପଣ ପରେ ଦେବରାଜ ପ୍ରଧାନ ଗୀତାପାଠ କରିଥିଲେ । ଶ୍ରଦ୍ଧାଞ୍ଜଳି ଜଣାଇ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ତଥା ପୂର୍ବତନ ଡିନ୍ ଡ.ବୁଦ୍ଧଦେବ ମିଶ୍ର୍ର, ମା ମନୋରମା ମଣିଷକୁ ଭଲପାଇବା ଓ ବନ୍ଧୁ ବତ୍ସଳତାର ଉଦାହରଣ ମାନ ଦେଇଥିଲେ । ମା ଘରର ପ୍ରତିଷ୍ଠାତା ସଭାପେତ୍ରୀ ଶ୍ରୀମତୀ ଋତୁପର୍ଣ୍ଣା ମହାନ୍ତି ପ୍ରତ୍ୟେକ ଭଲ କାମରେ ଦୋଳଗୋବିନ୍ଦ ବାବୁଙ୍କ ପ୍ରତି ଦୃଢ ସମର୍ଥନ ଓ ପିଲାମାନଙ୍କୁ ମଣିଷ କରିବାରେ ତାଙ୍କ ଭୂମିକା ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି କହିଥିଲେ । ଇ.ବିବବେକାନନ୍ଦ ପାତ୍ର ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୁଅ ପୁଷ୍ପରାଜ, ପୃଥିରାଜ ଓ ପ୍ରଜ୍ଞାରାଜ ଓ ସୀତାବଲ୍ଲବ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।