ମନୋହର ପାରିକରଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

ଭୁବନେଶ୍ୱର: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଏହି ଦୁଃଖଦ ସମୟରେ ସାହସ ଓ ଶକ୍ତି ଦେବା ପାଇଁ ପ୍ରାର୍ଥନା କରିଛନ୍ତି । ପ୍ରଧାନ କହିଛନ୍ତି ଯେ ମନୋହର ପାରିକର ଜଣେ ଭଲ ବ୍ୟକ୍ତି ଥିଲେ । ଲୋକଙ୍କ କଲ୍ୟାଣ ପାଇଁ ସେ ସଦାସର୍ବଦା କାମ କରୁଥିଲେ । ନିଜର କର୍ତବ୍ୟ ନିଷ୍ଠା ଓ ଲୋକଙ୍କ କଲ୍ୟାଣ ପାଇଁ କାମ କରିବାର ତାଙ୍କର ଇଚ୍ଛାଶକ୍ତି ସଦାସର୍ବଦା ପ୍ରେରଣା ହୋଇ ରହିବ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ