ମନ୍ତ୍ରୀଙ୍କ ଦ୍ଵାରା ତିନିଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ବୁଗୁଡ଼ା,(ଅନିଲ କୁମାର ମହାରଣା):ରାଜ୍ୟର ବିଜେପି ସରକାର ନିର୍ବାଚନ ପୂର୍ବରୁ ଶତ ପ୍ରତିଶତ ବିଶୁଦ୍ଧ ଜଳ ଯୋଗାଣ ନେଇ ପ୍ରତିଶ୍ରୁତି ଦେଇଥିବା ବେଳେ ତାହା କାର୍ଯ୍ୟକାରୀ କରିବା ପାଇଁ ୧୪୩୯ କୋଟି ଟଙ୍କାରୁ ଉର୍ଦ୍ଧ୍ବ ବ୍ୟୟରେ ହର ଘର ଜଲ୍ ଯୋଜନା ମାଧ୍ୟମରେ ଗଞ୍ଜାମ ଜିଲ୍ଲାର ୧୧ ବ୍ଲକକୁ ଜଳ ଯୋଗାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ପଦକ୍ଷେପ ଗ୍ରହଣ କରାଯାଇଛି। ନଭେମ୍ବର ୩ ତାରିଖ ଦିନ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବୁଗୁଡ଼ା ବ୍ଲକର ବେତାର ସିଙ୍ଗ, ସୋଲଣ୍ଡୀ ଓ ବେଲପୁର ୩ ଗୋଟି ଗ୍ରାମରେ ବିଶୁଦ୍ଧ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଆଗାମୀ ଦିନରେ ସମସ୍ତ ଗ୍ରାମକୁ ଯେପରି ବିଶୁଦ୍ଧ ଜଳ ଯୋଗାଣ ହୋଇପାରିବ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ବୁଗୁଡ଼ା ବ୍ଲକର ଜନପ୍ରତିନିଧି ଓ ତିନି ଗ୍ରାମର ଗ୍ରାମବାସୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ