ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ରାଜ୍ୟ ସରକାରଙ୍କ ମାନ୍ୟବର ଶ୍ରମ ଓ ନିଯୁକ୍ତି ଏବଂ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମହୋଦୟ ନିଜ ନିର୍ବାଚନ ମଣ୍ଡଳୀ ପୋଲସରା ବ୍ଲକର ବିଭିନ୍ନ ଗ୍ରାମରେ ଶତ ପ୍ରତିଶତ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ଜଣାପଡିଛି। ଜୁନ ୧୮ ଦିନ ମାନ୍ୟବର ମନ୍ତ୍ରୀ ଶ୍ରୀ ସାହୁ ଦୁଇଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ମା’ସିଂହାସନୀ ମନ୍ଦିରକୁ ଯାଇ ଦର୍ଶନ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ଏହାପରେ ଗୋଛାବାଡି ପଞ୍ଚାୟତର ଚେଙ୍ଗ ଗ୍ରାମରେ ୪୭.୩୮ ଲକ୍ଷ ଟଙ୍କା ବ୍ୟୟରେ ୫୦ହାଜର ଲିଟର କ୍ଷମତା ବିଶିଷ୍ଟ ପାନୀୟ ଜଳ ଯୋଗାଣ , ଚକେଇପଲ୍ଲୀ ଗ୍ରାମରେ ୪୪.୪୮ ଲକ୍ଷ ଟଙ୍କା ବ୍ୟୟରେ ୫୦ହାଜର ଲିଟର କ୍ଷମତା ବିଶିଷ୍ଟ ପାନୀୟ ଜଳ ଯୋଗାଣ,ପାଣ୍ଡିରିପଡା ପଞ୍ଚାୟତର ମାଳ ବିରିପୁର ଗ୍ରାମରେ ୫୪.୧୪ ଲକ୍ଷ ଟଙ୍କା ବ୍ୟୟରେ ୫୦ହଜାର ଲିଟର କ୍ଷମତା ବିଶିଷ୍ ପାନୀୟ ଜଳ ଯୋଗାଣ, ମହୁଲପଲ୍ଲୀଗ୍ରାମରେ ୫୪.୭୮ ଲକ୍ଷ ଟଙ୍କା ବ୍ୟୟରେ ୫୦ହଜାର ଲିଟର କ୍ଷମତା ବିଶିଷ୍ଟ ପାନୀୟ ଜଳ ଯୋଗାଣ, ଝିକିରି,ରାଇପଡ଼ା ଓ ପାନ୍ତିଆମା ଗ୍ରାମ ପାଇଁ ୫୬.୬୯ ଲକ୍ଷ ଟଙ୍କା ବ୍ୟୟରେ ୫୦ହଜାର ଲିଟର କ୍ଷମତା ବିଶିଷ୍ଟ ପାନୀୟ ଜଳ ଯୋଗାଣ, ଭାବରଡ଼ା ପଞ୍ଚାୟତର ରାଆଣ୍ଡିରେ ଗ୍ରାମରେ ୪୧.୧୭ ଲକ୍ଷ ଟଙ୍କା ବ୍ୟୟରେ ୫୦ହଜାର ଲିଟର କ୍ଷମତା ବିଶିଷ୍ଟ ପାନୀୟ ଜଳ ଯୋଗାଣ, ଢୁଙ୍କାପଡ଼ା ପଞ୍ଚାୟତର କଣିଆପଲ୍ଲୀ ଗ୍ରାମରେ ୫୩.୩୪ ଲକ୍ଷ ଟଙ୍କା ବ୍ୟୟରେ ୫୦ହଜାର ଲିଟର କ୍ଷମତା ବିଶିଷ୍ଟ ପାନୀୟ ଜଳ ଯୋଗାଣ, ରୁମାଗଡ ଗ୍ରାମରେ ୭୭.୧୬ ଲକ୍ଷ ଟଙ୍କା ବ୍ୟୟରେ ଦୁଇଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାନୀୟ ଜଳ ଯୋଗାଣ, ମନ୍ଦାର ଗ୍ରାମରେ ୭୯ ଲକ୍ଷ ଟଙ୍କା ବ୍ୟୟରେ ଦୁଇଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ମନ୍ତ୍ରୀ ମହୋଦୟ କରିଥିଲେ । ଏହା ସହିତ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଅଞ୍ଚଳବାସୀଙ୍କ ସହ ମାନ୍ୟବର ମନ୍ତ୍ରୀ ଶ୍ରୀ ସାହୁ ଆଲୋଚନା କରିଥିଲେ । ପାଣ୍ଡିରିପଡା ପଞ୍ଚାୟତର ବ୍ରାହ୍ମଣୀ ଗାଁ ଠାରୁ ମାଳ ବିରିପୁର ଗ୍ରାମକୁ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ପକ୍ରିୟା ଚାଲୁ ରହିଥିବା ନେଇ ଗ୍ରାମବାସୀମାନଙ୍କୁ ସୂଚନା ଦିଆଯାଇଥିଲା । ପାଣ୍ଡିରିପଡା ପଞ୍ଚାୟତବାସୀଙ୍କ ଦାବୀ କ୍ରମେ କଷିପଡ଼ା ନିକଟରେ ଏକ ଯାତ୍ରୀ ବିଶ୍ରମଗୃହ ନିର୍ମାଣ ପାଇଁ ଦୁଇଲକ୍ଷ ଟଙ୍କା ଘୋଷଣା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଜଳଯୋଗାଣ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ତୁଷାର କୁମାର ସାହୁ, ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ତ୍ରିପାଠୀ, ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡ଼ା, ଜିଲ୍ଲାପରିଷଦ ସଦସ୍ୟ ବିକ୍ରମ କୁମାର ନାୟକ,ଜିଲ୍ଲା ପରିଷଦ ସଦସ୍ୟା ଝୁନୁ ଦାସ, ପାଣ୍ଡିରିପଡା ସରପଞ୍ଚ ରଘୁନାଥ ଭୁୟାଁ, ଯୁବନେତା ରାଜେନ୍ଦ୍ର କୁମାର ପ୍ରଧାନ, ମନମୋହନ ଗୌଡ଼, ସୁଦୀପ୍ତ କୁମାର ଦଳାଇ, ମନୋଜ ପରିଡ଼ା, ଖଗେଶ୍ବର ପ୍ରଧାନ, ଗୋପବନ୍ଧୁ ବରାଡ, ପୀତବାସ ପ୍ରଧାନଙ୍କ ସମେତ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କ ସମେତ ଜନସାଧାରଣ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ