ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଘରପୋଡି କ୍ଷତିଗ୍ରସ୍ତଙ୍କୁ ସହାୟତା

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ଏନ.ଏ.ସି.ର ୨ ନଂ ୱାଡ଼ ରାଣୀପଡାର ବିପ୍ର ଚରଣ ଡାକୁଆ, ଅଇଁଠା ବେହେରା ଓ ବାୟା ବେହେରା ତିନି ଜଣଙ୍କ ଘର ୨୪ ତାରିଖ ପୂର୍ବ ରାତ୍ରରେ ପୋଡିଯାଇ ସମ୍ପୂର୍ଣ ନଷ୍ଟ ହୋଇଯାଇଥିଲା l ସୁରାଟ ଗସ୍ତରେ ଥିବା ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଏହା ଜାଣିବା ପରେ ତାଙ୍କ ନିର୍ଦ୍ଦେଶ କ୍ରମେ ନଭେମ୍ବର ୨୪ ତାରିଖ ଦିନ ଅଗ୍ନି ବିପନ୍ନ ପରିବାରଙ୍କ ନିକଟରେ ମୋତିରାମ ସାହୁ, ପୋଲସରା ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ପୂର୍ବତନ ଏନଏସି ଅଧ୍ୟକ୍ଷ ପ୍ରଫୁଲ କୁମାର ପ୍ରଧାନ, ନରେନ୍ଦ୍ର ଦେବତା, ଅନିଲ କୁମାର ସାହୁ, ଲକ୍ଷ୍ମଣ ପରିଡା, ଗୋପାଳ କୃଷ୍ଣ ସାହୁ, ରଞ୍ଜିତ କୁମାର ସାହୁ ପ୍ରମୁଖ ପହଞ୍ଚି ଘରପୋଡି କ୍ଷତିଗ୍ରସ୍ତ ତିନି ପରିବାରକୁ ଆଶ୍ୱାସନା ଦେବାସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏଥି ସହିତ ରାଣୀପଡାର ବାଲ୍ୟ ବେହେରା ଆକସ୍ମିକ ମୃତ୍ୟ ବରଣ କରିଥିବାବେଳେ ମୃତକଙ୍କ ବାସଭବନକୁ ଯାଇ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ