ମନ୍ତ୍ରୀଙ୍କ ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା
ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଉନ୍ନୟନ ମୂଳକ କାର୍ଯ୍ୟରେ ନିର୍ମିତ ପ୍ରକଳ୍ପ ଗୁଡିକୁ ଜୁଲାଇ ୧୦ ତାରିଖ ଦିନ ରାଜ୍ୟ ସରକାରଙ୍କ ମାନ୍ୟବର ଶ୍ରମ, ନିଯୁକ୍ତି ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମହୋଦୟ ଉଦଘାଟନ କରିଥିଲେ । ଏଥିସହ ବିଭିନ୍ନ ଗ୍ରାମରେ ମନ୍ତ୍ରୀ ମହୋଦୟଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ରାଜନୈତିକ ପକ୍ଷପାତିତା ରୁ ଉର୍ଦ୍ଧ୍ବରେ ରହି ଜନସାଧାରଣଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରୁଥିବା ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ପ୍ରଥମେ ଜା.ଡେଙ୍ଗାପଦରରେ ସ୍ବାଗତ ସମ୍ବର୍ଦ୍ଧନା କରିବା ସହ ଏକ ବିରାଟ ପଟୁଆରରେ ଗ୍ରାମ ପରିକ୍ରମା କରାଇଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସାହୁ ମିଶନ ଶକ୍ତି ଗୃହ ଉଦଘାଟନ କରିଥିଲେ । ମର୍ଦ୍ଧରାଜପୁରରେ ଶ୍ରମ ମନ୍ତ୍ରୀ ଶ୍ରୀ ସାହୁଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ବନ୍ଥପଲ୍ଲୀ ପଞ୍ଚାୟତର ଉସ୍ଥାପଡାରେ ଏକ ଅଙ୍ଗନବାଡ଼ି କେନ୍ଦ୍ର ଓ ବନ୍ଥପଲ୍ଲୀ ପଞ୍ଚାୟତର ନୂତନ ମିଶନ ଶକ୍ତି ଗୃହକୁ ମନ୍ତ୍ରୀ ଶ୍ରୀ ସାହୁ ଉଦଘାଟନ କରିଥିଲେ । ମୁକ୍ତାମାଳଦେଇପୁର ଗ୍ରାମରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ମଧ୍ୟ ମନ୍ତ୍ରୀ ଯୋଗ ଦେଇଥିଲେ । ସେହିପରି ମଧୁପଲ୍ଲୀ ପଞ୍ଚାୟତର ହିରାପଲ୍ଲୀ , ଜୁଲୁଣ୍ଡା ପଞ୍ଚାୟତ, ସୋଡ଼କ ପଞ୍ଚାୟତ, ମନ୍ଦାର ପଞ୍ଚାୟତର ମାଳତୀବାଡ଼ି, ରୁମାଗଡ଼ ପଞ୍ଚାୟତର ଖପରାଗଣ୍ଡା ଓ ଭାଟଖାଲି ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପ ଗୁଡିକୁ ଉଦଘାଟନ କରିଥିଲେ । ସମସ୍ତ ଗ୍ରାମରେ ମନ୍ତ୍ରୀ ଶ୍ରୀ ସାହୁଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। କାର୍ଯ୍ୟ କ୍ରମରେ ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବିଷୋୟୀ, ବିକ୍ରମ କୁମାର ନାୟକ, ଓ ଝୁନୁ ଦାସ, ପୋଲସରା ବ୍ଲକ ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନ, ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ପୂର୍ବତନ ସରପଞ୍ଚ ସୁକାନ୍ତ କୁମାର ଭୂୟାଁ, ନାଏବ ସରପଞ୍ଚ କୃଷ୍ଣ ଚନ୍ଦ୍ର ଜେନା, ଯୁବନେତା ରାଜେନ୍ଦ୍ର ପ୍ରଧାନ, ସୁସିତ କୁମାର ସାହୁ, ସମୀର ସ୍ବାଇଁ, ବନ୍ଥପଲ୍ଲୀ ସରପଞ୍ଚ ପବିତ୍ର ରାଉତ, ସମିତି ସଭ୍ୟା ସଙ୍ଗୀତା ନାହାକ, ବିଜୁ ଛାତ୍ର ଜନତା ସଭାପତି ସମୀର ଭୂୟାଁ , ମନୋଜ କୁମାର ପରିଡ଼ା , ସିଲୁ ଦଳାଇ , ସୋଡକ ସରପଞ୍ଚ ଉତ୍କଳ ପ୍ରଧାନ, ପୂର୍ବତନ ବ୍ଲକ ସଭାପତି ସୁରେନ୍ଦ୍ରନାଥ ପ୍ରଧାନଙ୍କ ପ୍ରମୁଖଙ୍କ ସମେତ ବିଜେଡି ନେତା ଓ କର୍ମୀ ବୃନ୍ଦ ଉପସ୍ଥିତ ଥିଲେ ।