ମନ୍ତ୍ରୀଡି ଗ୍ରାମବାସୀଙ୍କ ପାଇଁ ଅଭିଶାପ ପାଲଟିଛି ଇନ୍ଦରା ଆବାସ
ମନ୍ତ୍ରୀଡି , (ଯୁଗାବ୍ଦ ନ୍ୟୁଜ) : ସରକାରୀ ଯୋଜନା ଏବେ ପ୍ରହସନରେ ପରିଣତ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମନ୍ତ୍ରିଡୀ ଗ୍ରାମରେ । ସରକାର ଗରିବ ଶ୍ରେଣୀର ଲୋକମାନଙ୍କୁ ଘର ଯୋଗାଇ ଦେବାପାଇଁ ଆରମ୍ଭ କରିଛନ୍ତି ଇନ୍ଦରା ଆବାସ ଯୋଜନା । କିନ୍ତୁ ଏହି ଇନ୍ଦରା ଆବାସ ଘର ପାଇ ମଧ୍ୟ ଉପକୃତ ହୋଇପାରୁନାହାନ୍ତି ଗ୍ରାମର ଶତାଧିକ ଲୋକ । ତଳିଆ ଜମିରେ ସରକାର ଇନ୍ଦିରା ଆବାସ ଦେଇଥିବାରୁ ବର୍ଷା ଦିନେ ଘରେ ପାଣି ପଶି ମନ୍ତ୍ରୀଡି ଗ୍ରାମର ଶତାଧିକ ଲୋକେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଗ୍ରାମବାସୀ ଗୁରୁବାର ବ୍ରହ୍ମପୁରସ୍ଥିତ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଏକ ଦାବିପତ୍ର ପ୍ରଦାନ କରିବା ସହିତ ସେମାନଙ୍କର ତୁରନ୍ତ ଥଇଥାନ କରିବା ପାଇଁ ଉପଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।