ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିକଲା ବିଜେପି ମହିଳା ମୋର୍ଚ୍ଚା
କଟକ, (ଦୀପକ୍ କୁମାର ବେଉରା):ପରି ମୃତ୍ୟୁ କୁ ନେଇ ହୁଲୁସ୍ତୁଲ ଓଡିଶା ଆଉ ଏହି ଘଟଣାକୁ ନେଇ ମନ୍ତ୍ରୀ ଅରୁଣ ସାହୁ ଙ୍କ ବହିଷ୍କାର ଦାବି କଲା କଟକ ବିଜେପି ମହିଳା ମୋର୍ଚ୍ଚା । ଆଜି କଟକ ଗୌରୀ ଶଙ୍କର ପାର୍କ ନିକଟରେ ପରିକୁ ନ୍ୟାୟ ମିଳିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମନ୍ତ୍ରୀ ଅରୁଣ ସାହୁଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ପରିର ନିରୀହ ଜୀବନକୁ ନେଇ ନିଜକୁ ନିର୍ଦୋସି କହୁଥିବା ବ୍ୟକ୍ତି ହଉଛନ୍ତି ଅରୁଣ ସାହୁ ବୋଲି ସିଧାସଳଖ କହିଛି ବିଜେପି । ରାଜ୍ୟରେ ଏହି ଘଟଣା ଏବେ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେ ଯାହା ଫୋନ କଲ ରେ କହିଥିଲେ ସେଥୁରୁ ସ୍ପଷ୍ଟ ବାରି ହୋଇପଡୁଛି ସେ ଏହି ମାମଲା ରେ ସେ କେତେ ଭାଗିଦାରୀ । ତେବେ ପୋଲିସ ତାଙ୍କ ଚାପ ରେ ଚାପି ହୋଇ ଯାଉଛି । ଶୀଘ୍ର ତାଙ୍କୁ ମନ୍ତ୍ରୀ ପଦ ରୁ ହଟାଯାଉ ବୋଲି ଦାବି କରିଛି ବିଜେପି।


