ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆଙ୍କ ଦ୍ୱାରା ବାତ୍ୟା ଆଶ୍ରୟ ସ୍ଥଳୀ ସ୍ଥିତି ସମୀକ୍ଷା
କରଞ୍ଜିଆ,(ଜିତେନ୍ଦ୍ର ରାଜ):ସମ୍ଭାବ୍ୟ ବାତ୍ୟା “ଦାନା”ର ସଫଳ ମୁକାବିଲା ପାଇଁ ରାଜ୍ୟ ଯାକ ପ୍ରଶାସନିକ ସ୍ତର ରେ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ମୟୁରଭଞ୍ଜଜିଲ୍ଲା ରେ ମଧ୍ୟ ବିଭିନ୍ନ ବ୍ଲକ ମାନଙ୍କ ରେ କଚ୍ଚା ଘର ମାନଙ୍କ ରେ ରହୁଥିବା ଲୋକଙ୍କ ନିମନ୍ତେ ପ୍ରସ୍ତୁତ ହୋଇଥିବା ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ କୁ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି ଆଜି ଯଶିପୁର ବିଧାୟକ ତଥା ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଇଂ ଗଣେଶ ରାମ ସିଂ ଖୁଣ୍ଟିଆ ଯଶିପୁର ବ୍ଲକର ଯଶିପୁର, ମହାର୍ଦ୍ଧାପଳସା, ଚାକିଡ଼ି, ବାଉଁସୁଳି, ରରୁଆଁ ବ୍ଲକର ଭଂଜକିଆ, ଟାକୁଡିପାଳ, ରରୁଆଁ ପଞ୍ଚାୟତର ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳୀ ପରିଦର୍ଶନ କରି ଲୋକଙ୍କ ସହିତ ଆଲୋଚନା କରିବା ସହିତ ଲୋକଙ୍କ ନିମନ୍ତେ ହୋଇଥିବା ବ୍ୟବସ୍ଥା ର ତଦାରଖ କରିଥିଲେ ଲୋକଙ୍କୁ ପ୍ରଶାସନ ସହିତ ସହଯୋଗ କରି ବାକୁ ନିବେଦନ କରିଛନ୍ତି ଏବଂ ଆଶ୍ରୟସ୍ଥଳରେ ଥିବା ବୃଦ୍ଧ, ବୃଦ୍ଧା, ଶିଶୁ ଓ ଅନ୍ୟ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହିତ ଯଶିପୁର ନିର୍ବାଚନ ମଣ୍ଡଳୀର ସମସ୍ତ ବିଜେପି କାର୍ଯ୍ୟକର୍ତା ଓ କର୍ମୀଙ୍କୁ ପ୍ରସ୍ତୁତ ରହି ଆବଶ୍ୟକ ସ୍ଥଳେ ପ୍ରଶାସନ କୁ ସ୍ବେଛାସେବୀ ଭାବେ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀଙ୍କ ଏହି ପରିଦର୍ଶନ ସମୟ ରେ ବିଜେପି ଜିଲ୍ଲା ଉପସଭାପତି ବିପିନ ବିହାରୀ ମହାନ୍ତ, ଜିଲ୍ଲା ସାଧାରଣ ସମ୍ପାଦକ ଜୟଦ୍ରଥ ଗିରି, ବାଜୁରାମ ସିର୍କା, କାଳିଚରଣ ନାଏକ, ରବୀନ୍ଦ୍ର ବେହେରା, ଦୟାନିଧି ବେହେରା, ଦେବେନ୍ଦ୍ର ବାରିକ, ରରୁଆଁ,ଶୁକୃଳି,ଯଶିପୁର ବ୍ଲକ ର ସମସ୍ତ ମଣ୍ଡଳ ସଭାପତି ଙ୍କ ସହିତ ରରୁଆଁ, ଶୁକୃଳି, ଯଶିପୁର ବିଡିଓ ଓ ତହସିଲଦାର ରରୁଆଁ ଏବଂ ଯଶିପୁର ଥାନା ଅଧିକାରୀ ଉପସ୍ଥିତ ଥିଲେ.