ମନ୍ତ୍ରୀ ନବଦାସଙ୍କ ବିୟୋଗରେ ହାଟଡିହି କଲେଜରେ ଶୋକସଭା

ହାଟଡ଼ିହି, (ବିକାଶ ବିଶ୍ୱାଳ):ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅକାଳ ବିୟୋଗରେ ହାଟଡିହି କଲେଜ ପକ୍ଷରୁ ଏକ ଶୋକସଭା କରାଯାଇ ତାଙ୍କର ଅମର ଆତ୍ମାର ସଦଗତି କାମନା କରାଯିବା ସହିତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । କଲେଜର ଅଧ୍ୟକ୍ଷ ଚିତ୍ତ ରଞ୍ଜନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାରେ ପ୍ରଧ୍ୟାପକ ବିଜୟ କୁମାର ନାୟକ, ଅଧ୍ୟାପକ ରବିନାରାୟଣ ବିଶ୍ୱାଳ, ରବିନ୍ଦ୍ରନାଥ ଜେନା, ଦେବାହୁତୀ ପଟ୍ଟନାୟକ, ଶଶିକଳା ଦାସ, ବୃନ୍ଦାବନ ଓଝା, ଚକ୍ରଧର ଦାସ, ଜଳଧର ଦାସ, ବୀରଭଦ୍ର ପ୍ରଧାନ, ବିଶ୍ୱରଞ୍ଜନ ଜେନା, ଜ୍ୟୋତିରୁପା ମଲ୍ଲିକ, ଗୌରାଙ୍ଗ ଚରଣ ନାୟକ, ପୁର୍ଣ୍ଣଚନ୍ଦ୍ର ବେହେରା, ନିଲମ ସ୍ୱୟାଁ, ମିନତୀ ବେହୁରିଆ, ଲିପ୍ସା ପ୍ରୀୟଦର୍ଶନୀ ବେହେରା, ମହେଶ୍ୱତା ଶର୍ମା, ଗଙ୍ଗାଧର ପରିଡା, ଅଞ୍ଜନ ମହାନ୍ତି, ସରୀତା ପଣ୍ଡା, ଅନନ୍ତ ଚରଣ ବେହେରା, ରଘୁନାଥ ରାଉତଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ସ୍ୱର୍ଗତ ନବଦାଶଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ