ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଭିତ୍ତି ପ୍ରସ୍ତର ସ୍ଥାପନ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ଜଗନ୍ନାଥ ପ୍ରସାଦ ବ୍ଲକ ଅଧିନସ୍ଥ ଗୟାଗଣ୍ଡା ଠାରେ ୩୩/୧୧ କେଭି ଗ୍ରୀଡ଼ ଷ୍ଟେସନ, ମଶାବାଡ଼ି ଠାରୁ ଡଙ୍ଗାଭୂମି ରାସ୍ତାରେ ଗିରିଙ୍ଗିଆ ସେତୁ,କୋକଳବା ଠାରେ ଜ୍ଞାନ ପଟ୍ଟନାୟକ ଶିଶୁ ଉଦ୍ୟାନ ଓ ମିଶନ ଶକ୍ତି ଗୃହ,ତାରସିଙ୍ଗି ଠାରେ ହରିଜନ ସାହି ଗୋଷ୍ଠୀ କେନ୍ଦ୍ର, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରେ ମାଣପୁର ଠାରୁ ତାରାସିଙ୍ଗ ରାସ୍ତାର ଉନ୍ନତି କରଣ କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନା, ବିଜୁ ସେତୁ ଯୋଜନା ରେ ବାରଦଣ୍ଡା ଠାରେ କୋକଳବା ନଦୀ ସେତୁ, ପାଲାପଡା ରାସ୍ତା ରେ ବୋଡାନଦୀ ସେତୁର ଶୁଭ ଉଦ ଘାଟନ କରିବା ସହ ଜଗନ୍ନାଥ ପ୍ରସାଦ ବ୍ଲକ ପରିସର ଠାରେ ବିଧବା ବାର୍ଦ୍ଧକ୍ୟ,ଦିବ୍ୟାଙ୍ଗ ମାନଙ୍କୁ ସାଇକେଲ,ଭତ୍ତା ଓ ଜଙ୍ଗଲ ଭିତରେ ବସବାସ କରୁଥିବା ଲୋକ ମାନଂକୁ ପଟା ବଣ୍ଟନ କରିଛନ୍ତି ମାନ୍ୟବର ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ।ଏହି କାର୍ଯ୍ୟକ୍ରମ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଅନୁପ କୁମାର ପଣ୍ଡା,ଜଗନ୍ନାଥ ପ୍ରସାଦ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ବେହେରା,ଉପାଧ୍ୟକ୍ଷ ଶ୍ରୀଯୁକ୍ତ ହିମାଂଶୁ ଶେଖର ବାରିକ,ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ବିପ୍ର ଚରଣ ବାରିକ,ଭଞ୍ଜନଗର ବ୍ଲକ୍ ସାଂସଦଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଦିବାକର ନାୟକ,ସାମାଜ ସେବୀ ଶ୍ରୀଯୁକ୍ତ ଶୂଳପାଣି ଶତପଥୀ ,ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ,ସମିତିସଭ୍ୟ ଯୋଗଦେଇ ଥିବାବେଳେ ଜଗନ୍ନାଥ ପ୍ରସାଦ ବ୍ଲକ ପରିସରରେ ଭଞ୍ଜନଗର ଉପ ଜିଲ୍ଲାପାଳ, ଜଗନ୍ନାଥ ପ୍ରସାଦ ତହସିଲଦାର ମନ୍ତ୍ରୀ ଙ୍କୁ ବଣ୍ଟନ ରେ ସହଯୋଗ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ