ମନ୍ତ୍ରୀ ସମୀର ଦାଶଙ୍କ ଇସ୍ତଫା ଦାବିରେ କଂଗ୍ରେସ ପକ୍ଷରୁ ମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ୧୧ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଙ୍କ ମୃତ୍ୟୁ ରେ ଗଣ ଶିକ୍ଷାମନ୍ତ୍ରୀ ଙ୍କ ପ୍ରଛନ୍ନ ହାତ ରହିଥିବା ଅଭିଯୋଗ କରି ଆଜି ନିମାପଡ଼ା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ନିମାପଡ଼ାରେ ମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ନିମାପଡା ଦୋଳବେଦି ଛକ ଠାରେ ବ୍ଲକ କଂଗ୍ରେସ କମିଟି ସଭାପତି ବିଜୟ ପ୍ରଧାନ ଙ୍କ ଦ୍ଵାରା ଆୟୋଜିତ ଏକ ପ୍ରତିବାଦ ସଭା ରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ପୂର୍ବତନ ମନ୍ତ୍ରୀ ରବୀନ୍ଦ୍ର ନାଥ ସେଠୀ , ଜିଲ୍ଲା ସମ୍ପାଦକ ଡଃ.ନିରଞ୍ଜନବିଶ୍ବାଳ, ପୂର୍ବତନ ଯୁବ କଂଗ୍ରେସ ସଭାପତି ଅଜୟ କୁମାର ମିଶ୍ର, ପୂର୍ବତନ ସରପଂଚ ଆର୍ତ୍ତତ୍ରାଣ ଦାସ, ସମିତି ସଭ୍ୟ ବିଭୂତି ଭୂଷଣ ଦାଶ, ଯୁବ ନେତା ବିଜୟ ମଲ୍ଲିକ, ରଘୁନାଥ ବେହେରା, ହରି ହର ବେହେରା ଙ୍କ ସମେତ ବହୁ ବରିଷ୍ଠ କର୍ମୀ ଯୋଗ ଦେଇଥିଲେ । ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଙ୍କ ମୃତ୍ୟୁ ଘଟଣା ରେ ମନ୍ତ୍ରୀ ସମୀର ଦାଶ ଙ୍କ ପ୍ରଛନ୍ନ ହାତ ଥିବା ସୂଚାଇ ସେ ନୈତିକତା ଦୃଷ୍ଟିରୁ ତାଙ୍କ ପଦବୀ ରୁ ଇସ୍ତଫା ଦେଇ ତଦନ୍ତ ରେ ସାହାଯ୍ୟ କରିବା ଉଚିତ ବୋଲି କଂଗ୍ରେସ କର୍ମୀ ଓ ନେତା ମାନେ କହିଥିଲେ । ମୂଖ୍ୟମନ୍ତ୍ରୀ ତୁରନ୍ତ ମନ୍ତ୍ରୀ ଶ୍ରୀ ଦାଶ ଙ୍କୁ ମନ୍ତ୍ରୀ ମଣ୍ଡଳ ରୁ ବହିଷ୍କାର କରିବାକୁ କଂଗ୍ରେସ ଦଳର ନେତା ଓ କର୍ମୀ ମାନେ ସ୍ଳୋଗାନ ଦେବା ସହ ମନ୍ତ୍ରୀ ସମୀର ଦାଶ ମୁଦ୍ଦାବାଦ ସ୍ଲୋଗାନ ଦେଇ ମୋହନ ଦାସ ଙ୍କ ପ୍ରତିମୂର୍ତ୍ତି ନିକଟରେ ମନ୍ତ୍ରୀ ଶ୍ରୀ ଦାଶ ଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଶେଷରେ ଦଳ ପକ୍ଷରୁ ଏକ ଦାବିପତ୍ର ଗୃହ ବିଭାଗ ସଚିବ ଙ୍କ ଉଦ୍ଦେଶ୍ୟରେ ନିମାପଡ଼ା ପୋଲିସ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବାଶିଷ ମିଶ୍ର ଓ ନିମାପଡ଼ା ଥାନା ଅଧିକାରୀ ଶଙ୍କର୍ଷଣ ଦଳାଇ ଙ୍କୁ ପ୍ରଦାନ କରାଯାଇଥିଲା । ଉକ୍ତ ଦାବି ପତ୍ର ରେ ଦର୍ଶାଯାଇଛି ଯେ, ଯଦି ପୋଲିସ ନିରପେକ୍ଷ ତଦନ୍ତ ନ କରେ ତେବେ ଦଳ ପକ୍ଷରୁ ଗୃହ ବିଭାଗ ସଚିବ ଙ୍କ ସରକାରୀ ବାସଭବନ ସମ୍ମୁଖରେ ଧାରଣା ଦିଆଯିବ। ନିମାପଡା ଥାନା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହିତ ଟ୍ରାଫିକ ନିୟନ୍ତ୍ରଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ