ମନ୍ଥର ଗତିରେ ଚାଲିଛି ପୁନଃ ଥଇଥାନ ନିଯୁକ୍ତି ପ୍ରକ୍ରିୟା
ମାଲକାନଗିରି,(ମନୋଜ କୁମାର ସାହା):କୌଣସି ସରକାରୀ ଚାକିରି କରୁଥିବା ବ୍ୟକ୍ତି ଯଦି ହଠାତ ଚାକିରୀ କରୁଥିବା ସମୟରେ କୌଣସି କାରଣରୁ ହଠାତ ମୃତ୍ଯୁ ବରଣ କରନ୍ତି ତେବେ ଯୋଗ୍ୟତା ଅନୁସାରେ ତାଙ୍କ ଉତ୍ତରାଧିକାରୀ ଙ୍କୁ ନିଯୁକ୍ତି ସରକାର ଦେବା ନିୟମ ୧୯୯୦ ମସିହାରୁ ରହିଥିଲା । ତେବେ ଏ ନିୟମ ଅନୁସାରେ ସରକାରୀ ଚାକିରି କରୁଥିବା ପରିବାର ଲୋକ ବହୁତ ଉପକୃତ ହେଉଥିଲେ । କିନ୍ତୁ ଗତ ବିଜେଡି ସରକାର ୨୦୨୦ ମସିହାରେ ଯୋଗ୍ୟତା ଭିତ୍ତି କୁ ଉଠେଇ ଯେକୌଣସି ପଦବୀରେ ଚାକିରୀ କରୁଥିବା ବ୍ୟକ୍ତିଙ୍କ ଉତ୍ତରାଧିକାରୀ ଙ୍କୁ କେବଳ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ନିଯୁକ୍ତି ଦେବାର ପ୍ରାବଧାନ କରିଥିଲେ , ତେଣୁ ଅନେକ କର୍ମଚାରୀ ଙ୍କ ଉଚ୍ଚଶିକ୍ଷିତ ଉତ୍ତରାଧିକାରୀ ନିଜ ଯୋଗ୍ୟତା ଠୁ କମ ପଦବୀ ପାଇ ଅସନ୍ତୋଷ ରେ ଥିଲେ । ତେବେ ନିର୍ବାଚନ ସମୟରେ ଯୋଗ୍ୟତା ଅନୁସାରେ ପଦବୀ ପୁରୁଣା ନିୟମ ଅନୁସାରେ ପାଇବେ ବୋଲି ବର୍ତ୍ତମାନର ଶାସକ ଦଳ ଘୋଷଣା କରିଥିଲେ । ଓଡ଼ିଶା ସରକାର ୪ ଏପ୍ରିଲ ୨୦୨୫ରେ ଏ ସଂକ୍ରାନ୍ତରେ ନିର୍ଦ୍ଦେଶନାମା ପ୍ରକାଶ ପାଇଛି ଏବଂ ତିନି ମାସ ଭିତରେ କାର୍ଯ୍ୟକାରୀ ହେବ ବୋଲି ସରକାର ସୁପ୍ରିମକୋର୍ଟ ଙ୍କୁ ଜଣାଇଛନ୍ତି କିନ୍ତୁ ମାଲକାନଗିରିରେ କିଛି ଶିକ୍ଷା ବିଭାଗର ଅନେକ ଆଶାୟୀ ଯେଉଁମାନେ ଯୋଗ୍ୟ ସେମା ୨୦୧୨ ମସିହାରୁ ଅପେକ୍ଷା କରି ରହିଥିଲେ । ତେବେ ସେମାନଙ୍କ ମଧ୍ୟରୁ ଅନେକ ଜିଲ୍ଲାପାଳ ଙ୍କୁ ଭେଟି ନିଜ ଦାବୀ ମଧ୍ୟ ଜଣାଇଥିଲେ । ଜିଲ୍ଲାପାଳ ତାଙ୍କ ନିକଟକୁ ଏ ସମ୍ପର୍କ ରେ କୌଣସି ସରକାରୀ ଚିଠି ପହଞ୍ଚି ନାହିଁ ଓ କିଛି ନିର୍ଦ୍ଦେଶ ପାଇଲେ କାମ କରିବେ ବୋଲି କହିଥିଲେ । ଶିକ୍ଷା ବିଭାଗର ସବୁଠୁ ବେଶୀ ଆଶାୟୀ ଥିଲେ ମଧ୍ୟ ଜିଲ୍ଲା ଶିକ୍ଷା ଅଧିକାରୀ କେହି ନଥିବାରୁ କୌଣସି ପଦକ୍ଷେପ ନିଆ ଯାଉ ନାହିଁ । ନୁଆ ଶିକ୍ଷା ଅଧିକାରୀ ନିଯୁକ୍ତ ହୋଇଥିଲେ ମଧ୍ୟ ସେ ନିଜ ପଦବୀରେ କାମ ଆରମ୍ଭ କରୁ ନାହାନ୍ତି । ତେଣୁ ଆଶାୟୀ ମାନଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ତେବେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ପ୍ରଶଂସା ପାଇବା ପରେ ବି ଜିଲ୍ଲାର ଆଶାୟୀ ଅସନ୍ତୋଷ ରେ ରହିବା କେତେ ଦୁର ସମୀଚୀନ ତାହା ବିଚାର ଯୋଗ୍ୟ ।