ମନ୍ଦାର ଓ ମଧୁସୂଦନପୁର ସ୍କୁଲରେ ବର୍ଷିକୋତ୍ସଵ

ପୋଲସରା – ପୋଲସରା ବ୍ଲକ ଅନ୍ତର୍ଗତ ମନ୍ଦାର ମା ଭରାଣ୍ଡି ନୋଡାଲ ଉଚ୍ଚ ବିଦ୍ୟାଳୟ ଓ ମଧୁସୂଦନପୁର କନକ ଦୁର୍ଗା ବିଦ୍ୟାପୀଠରେ ଯଥାକ୍ରମେ ଶନିବାର ଓ ରବିବାର ଦିନ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମନ୍ଦାର ସ୍କୁଲରେ ବାର୍ଷିକ ଉତ୍ସବ ସହ ପୋଷାକ ଓ ଜୋତା ବଣ୍ଟନ ମେଳା ମଧ୍ୟ ଅନୁଷ୍ଟିତ ହୋଇଥିଲା । ଉଭୟ ବିଦ୍ୟାଳୟରେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ । ଉଭୟ ବିଦ୍ୟାଳୟରେ ସ୍କୁଲର ପ୍ରଧାନ ଶିକ୍ଷକ ଅଧ୍ୟକ୍ଷତା କରିଥିବା ବେଳେ ମନ୍ଦାର ସ୍କୁଲରେ ପୋଲସରା ଏବିଇଓ ଓ ସ୍ଥାନୀୟ ସରପଞ୍ଚ ଏବଂ ମଧୁସୂଦନପୁରରେ ସ୍ଥାନୀୟ ସରପଞ୍ଚ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଉଭୟ ସ୍କୁଲରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ