ମନ୍ଦିରରୁ ଚୋରୀ ଘଟଣାରେ ଯୁବକ ଗିରଫ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ଢ଼େଙ୍କା ବଜାରରେ ଥିବା ତାରିଣୀ ମନ୍ଦିରରୁ ଚୋରୀ କରୁଥିବା ଅଭିଯୋଗରେ ସୋସୋ ପୁଲିସ ଠାକୁରପାଟଣା ଗ୍ରାମର ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୁଚନାରୁ ଜଣାଯାଇଛି ଯେ ଗତ ଶୁକ୍ରବାର ରାତିରେ ଢ଼େଙ୍କା ତାରିଣୀ ମନ୍ଦିରରୁ ଘଣ୍ଟି, ଘଣ୍ଟା ଚୋରୀ କରୁଥିବା ବେଳେ ବଜାର ବାସିନ୍ଦା ମାନେ ସେମାନଙ୍କୁ ଧରି ସୋସୋ ପୁଲିସର ଜିମା ଦେଇଥିଲେ । ଦୁଇଜଣଙ୍କ ଭିତରୁ ଜଣେ ନାଁ ବାଳକ ହୋଇଥିବାବେଳେ ପୁଲିସ ତାକୁ ଅଟକ ରଖି ପଚରା ଉଚୁରା କରୁଥିବାବେଳେ ଅନ୍ୟତମ ଅଭିଯୁକ୍ତ ଠାକୁରପାଟଣା ଗ୍ରାମର ଦିଲ୍ଲିପ ଦେହୁରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏମାନେ ବିଦ୍ୟାଧରପୁର ଓ ଢ଼େଙ୍କା ଅଞ୍ଚଳରେ ହୋଇଥିବା ଅନେକ ଚୋରୀରେ ସଂପୃକ୍ତ ଥିବା ଅନୁମାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ