ମନ୍ଦିରରୁ ବାକ୍ସତାଡି ୧୨ହଜାର ଟଙ୍କା ଚୋରୀ ଅଭିଯୋଗ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଓସ୍ତପୁର ପଂଚାୟତର ମଣିଛକରେ ଥିବା ମଣି ମନ୍ଦିରରୁ ଶନିବାର ବିଳମ୍ବିତ ରାତିରେ ୧୨ହଜାର ଟଙ୍କା ଚୋରୀ ହୋଇଥିବା ସଦର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ମଣି ମନ୍ଦିରର କବାଟ ତାଡି ମନ୍ଦିର ଭିତରେ ଥିବା ବାକ୍ସକୁ ଭାଙ୍ଗି ସେହି ବାକ୍ସ ଭିତରେ ଥିବା ପ୍ରାୟ ୧୨ହଜାର ଟଙ୍କା କେହି ଦୁର୍ବୁତ ଚୋରୀ କରିନେଇଥିବା ସଦର ଥାନାରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଅଭିଯୋଗ ହୋଇଛି । ସଦର ଥାନା ପୋଲିସ ଘଟଣାର ଅନୁସନ୍ଧାନ କରୁଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ