ମନ୍ଦିରରୁ ହୁଣ୍ଡି ଉଠାଇ ନେଇ ଆମ୍ବତୋଟାରେ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବଡକତୁରୁ ଗ୍ରାମ ପଞ୍ଚାୟତର ସୂରିୟା ନଗର ନିକଟସ୍ଥ ସାଇ ମନ୍ଦିରର ଝରକା ଭାଙ୍ଗି କୌଣସି ଦୁବୃତ୍ତମାନେ ମନ୍ଦିର ଭିତରେ ପ୍ରବେଶ କରି ହୁଣ୍ଡିକୁ ଉଠାଇ ନେଇଯାଇଥିଲେ । ପରେ ଗ୍ରାମ ନିକଟସ୍ଥ ଏକ ଆମ୍ବ ତୋଟାରେ ହୁଣ୍ଡିକୁ ଭାଙ୍ଗି ଟଙ୍କା ପଇସା ସହ ବିଭିନ୍ନ ଦାନ ସାମଗ୍ରୀକୁ ଲୁଟି ନେବା ସହ ହୁଣ୍ଡିଟିକୁ ତୋଟା ମଧ୍ୟରେ ଫୋପାଡି ଦେଇଥିବା ଦେଖାଦେଇଛି । ଗତକାଲି ମନ୍ଦିରର ପୂଜକ ପୂଜା କରିବା ପାଇଁ ଆସିଲା ବେଳେ ଦ୍ୱାର ପାଖର କାଚ ଏବଂ ଷ୍ଟିଲ ଝରକା ଭାଙ୍ଗି ପଡିଥିବା ଦେଖି ମନ୍ଦିର ପରିଚାଳକ ପ୍ରମୋଦ ପାତ୍ରଙ୍କୁ ପୂଜାରୀ ଅବଗତ କରିଥିଲେ । ଘଟଣା ସ୍ଥଳକୁ ପ୍ରମୋଦ ପାତ୍ର ଆସି ଦେଖି ସଙ୍ଗେ ସଙ୍ଗେ ଗୁରାଣ୍ଡି ଥାନାକୁ ଖବର ଦେଇଥିଲେ । ଘଟଣା ସ୍ଥଳକୁ ଗୁରାଣ୍ଡି ଥାନା ଏଏସ୍‌ଆଇ ସିଏଚ୍ କାମରାଜୁ ପହଞ୍ôଚ ଅନୁସନ୍ଧାନ କରିଥିଲେ । ପ୍ରକାଶ ଥାଉକି ଏକ ସପ୍ତାହ ତଳେ ଏକା ଥରେ ୨ମନ୍ଦିର ଏବଂ ଦୋକାନ ଭାଙ୍ଗି ଏପରି ଲୁଟ୍‌ପାଟ ଘଟଣା ହୋଇଥିଲା । ଏପରି ଲୁଟପାଟ ଘଟଣା ବୃଦ୍ଧି ପାଉଥିବାରୁ ଗୁରାଣ୍ଡି ଥାନା ଅଧିକାରିଣୀ ମମତା ପଣ୍ଡାଙ୍କ ନେତୃତ୍ୱରେ ରାତ୍ରକାଳୀନ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇ ଗୁରାଣ୍ଡି ଥାନା ଅଞ୍ଚଳର ବିଭିନ୍ନ ଗ୍ରାମ ଓ ଛକ ଗୁଡିକରେ ଗାଡିଯାଞ୍ଚ କରାଯାଇ ଚୋରଙ୍କୁ ଧରିବା ପାଇଁ ତୀକ୍ଷଣ ନଜର ରଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ