ମନ୍ଦିରରେ ଆର୍ଥିଂ ନାହିଁ, ଲିଙ୍ଗରାଜ ସେନାର ଉପଦେଷ୍ଟା ମଣ୍ଡଳି ଗଠିତ,

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ଲିଙ୍ଗରାଜ ସେନା ପୁର୍ନଗଠିତ ପରେ ଆଜି ସ୍ଥାନୀୟ କେଦାରଗୌରୀ ଗୁଆଝରଠାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଲିଙ୍ଗରାଜ ମନ୍ଦିରରେ ଆର୍ଥିଂ ନଥିବା ଓ ମନ୍ଦିର ସମ୍ପୂଣ୍ଣ କଳା ପଡ଼ିଯାଇଥିବାରୁ ରୁ ଘୋର କ୍ଷୋଭ ପ୍ରକାଶ ପାଇଛି । ମନ୍ଦିର ସୁରକ୍ଷା ପାଇଁ ଏଏସ୍‌ଆଇ (କେନ୍ଦ୍ର ପତ୍ନତତ୍ୱ ବିଭାଗ)ର ଅବହେଳା ନେଇ ଆଲୋଚନା ହୋଇଥିଲା । ବଜ୍ରପାତ ହେଲେ ମନ୍ଦିରର କାରୁକାର୍ଯ୍ୟ ନଷ୍ଟ ହେବା ସମ୍ଭାବନା ଥିବାରୁ ମନ୍ଦିରରେ ତୂରନ୍ତ ଆର୍ଥିଂ ବ୍ୟବସ୍ଥା ନକଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ନିଷ୍ପତି ହୋଇଥିଲା । ସେହିପରି ମନ୍ଦିରର ସେବାୟତଙ୍କୁ କୋଭିଡ଼୍ ଟିକା ମାଗଣାରେ ପ୍ରଦାନ ପାଇଁ ସରକାର ପଦକ୍ଷେପ ନେବାକୁ ପୁଣି ଦାବି କରାଯାଇଥିଲା । ଏକାମ୍ର କ୍ଷେତ୍ରରେ ୧୯୯୪ମସିହାରୁ ଗଠିତ ଲିଙ୍ଗରାଜ ସେନାର ଉପଦେଷ୍ଟା ମଣ୍ଡଳି ଗଠିତ ହୋଇଥିଲା । ଏଥିରେ ମୁଖ୍ୟ ଉପଦେଷ୍ଟା ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁ ଚରଣ ଲେଙ୍କା, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ମୋ ଓଡ଼ିଶାର ଆବାହକ ଅରୂପ ପଟ୍ଟନାୟକ ରହିଥିବା ବେଳେ ଉପଦେଷ୍ଟା ମଣ୍ଡଳିରେ କେ.ସି ବଡ଼ୁ, କୃଷ୍ଣଚନ୍ଦ୍ର ପାତ୍ର, ଅମୀୟ ଦାଶ, ଆଇନଜୀବୀ ମାନସ ମହାପାତ୍ର, ଚିନ୍ମୟ ମହାନ୍ତି, ସିତାଂଶୁ ଦ୍ୱିବେଦୀ, ଆତ୍ମପ୍ରକାଶ ମହାନ୍ତି, ରୁଦ୍ର ପ୍ରସାଦ ନନ୍ଦ, ଅରୂପ ଚାନ୍ଦ, କାଶିନାଥ ପୂଜାପଣ୍ଡା, ହେମନ୍ତ ପଣ୍ଡା, ପ୍ରସନ୍ନ ମହାସୁଆର, ରାମକୃଷ୍ଣ ପରିଡ଼ା, ନୃସିଂହ ଖୁଂଟିଆ, ଜିତେନ ବଟୁ, ସତ୍ୟ ବଟୁ, ବାବୁ ସିଂ, ଦିଲ୍ଲିପ କୁମାର ନନ୍ଦ ପ୍ରମୁଖ ରହିଛନ୍ତି । ସେହିପରି ସଂଯୋଜକ ଭାବେ ହରିହର ସମର୍ଥା, ଶାନ୍ତ ବଟୁ, ସରୋଜ ରଥ, ଲଲାଟେନ୍ଦୁ ମହାନ୍ତିି, ଗଣେଶ ପାଲ, ଦାଶରଥୀ ଗରାବଡ଼ୁ, ଶ୍ରୀକାନ୍ତ ପଣ୍ଡା ନିଳମଣି ମିଶ୍ର, ଶକ୍ତ ସିଦ୍ଧାର୍ଥ ମହାନ୍ତି, ବୁଲୁ ବଟୁ, ସଞ୍ଜିବ ପୂଜାପଣ୍ଡା, ହେମନ୍ତ ମହାପାତ୍ର ଆଜି ନିର୍ବାଚିତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ