ମନ୍ଦିରରେ ଯମରାଜା କରନ୍ତି ସ୍ୱର୍ଗ କିମ୍ବା ନର୍କକୁ ଯିବାର ବିଚାର

ସାଧାରଣରେ ବିଶ୍ୱାସ ରହିଛି ମନ୍ଦିର ବା ଦେବାଦେବୀଙ୍କ ପାଖକୁ ପ୍ରେତାତ୍ମା ଯାଆନ୍ତି ନାହିଁ । ହେଲେ ହିମାଚଳପ୍ରଦେଶର ଚମ୍ବାରେ ରହିଛି ଏଭଳି ମନ୍ଦିର ଯେଉଁଠିକୁ କେବଳ ପ୍ରେତାତ୍ମା ଯାଇଥାନ୍ତି ବୋଲି ଲୋକେ ବିଶ୍ୱାସ କରନ୍ତି । ରାଜଧାନୀ ଦିଲ୍ଲୀଠାରୁ ୫ ଶହ କିଲୋମିଟର ଦୂରରେ ଏହି ମନ୍ଦିର ରହିଛି । ମନ୍ଦିରଟି ଏକ ସାଧାରଣ ଘର ପରି । ମନ୍ଦିରଟି ଯମରାଜାଙ୍କ ପାଇଁ ସମର୍ପିତ । ମନ୍ଦିରରେ ଯମରାଜା ରୁହନ୍ତି ବୋଲି ଲୋକେ କୁହନ୍ତି । ମନ୍ଦିର ଭିତରେ ଆଉ ଗୋଟିଏ ବଖରାରେ ରୁହନ୍ତି ଚିତ୍ରଗୁପ୍ତ । କୁହାଯାଏ ଏହି ମନ୍ଦିର ଭିତରେ ୪ଟି ଦ୍ୱାର ଅଛି । ଯମଦୂତମାନେ ଏହି ବାଟ ଦେଇ ପ୍ରେତାତ୍ମାକୁ ନିଜ କର୍ମ ଅନୁସାରେ ସ୍ୱର୍ଗ କିମ୍ବା ନର୍କକୁ ନେଇଥାନ୍ତି । ତେବେ ଏ ପର୍ଯ୍ୟନ୍ତ କେହି ବି ଏହି ମନ୍ଦିର ଭିତରକୁ ଯିବାକୁ ସାହସ କରି ନାହାନ୍ତି । କେବଳ ବାହାରୁ ପ୍ରଣାମ କରି ଚାଲିଯାଇଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ