ମନ୍ଦିରର ହୁଣ୍ଡି ଲୁଟ ଘଟଣାରେ ୧ ଗିରଫ
ଗତ ୧୫ ତାରିଖ ଦିନ ଭୂବନେଶ୍ୱର ଲିଙ୍ଗରାଜ ମନ୍ଦିର ହୁଣ୍ଡିରୁ ଟଙ୍କା ଚୋରୀ ମାମଲାରେ ଆଜି ପୋଲିସ ଅଭିଯୁକ୍ତ ପ୍ରଶନ୍ନ ଗୈାଡ ଙ୍କୁ ଗିରିଫ କରିଛି । ଗତ ୧୫ ତାରିଖ ଦିନ ମନ୍ଦିର ହୁଣ୍ଡିରୁ ଟଙ୍କା ଚୋରୀ ହୋଇଥିବା ମନ୍ଦିର ପ୍ରଶାସନ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ଏହି ଘଟଣା ପରେ ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଥିଲ । ପୋଲିସ ସିସିଟିିଭି ଫୁଟେଜ ଆଧାରରେ ପ୍ରଶନ୍ନ ଗୈାଡଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ଭକ୍ତି ଅଢୁଆଳରେ ଜୁହାର କରିବା ସହ ଠୁଙ୍ଗା ପକାଇ ଅଭିନବ ଉପାୟରେ ହୁଣ୍ଡିରୁ ଟଙ୍କା ଲୁଟ କରିଥିଲା ସିସିଟିଭି ଆଧାରରେ ପୋଲିସ ଅଭିଯୁକ୍ତ କୁ ଗିରଫ କରିଛି ।


