ମନ୍ଦିର ଉପରେ ପ୍ରତି ୧୨ ବର୍ଷରେ ଥରେ ହୁଏ ବଜ୍ରପାତ

ଭାରତରେ ଥିବା ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ । ସେହିପରି କେତେକ ମନ୍ଦିରରେ ଥିବା ରହସ୍ୟ ଆଧୁନିକ ବିଜ୍ଞାନ ମଧ୍ୟ ସମାଧାନ କରିପାରିନାହିଁ । ହିମାଚଳପ୍ରଦେଶ କୁଲ୍ଲୁଠାରୁ ପ୍ରାୟ ୧୮ କିଲୋମିଟର ଦୂରରେ ଏପରି ଏକ ରହସ୍ୟମୟ ଶିବ ମନ୍ଦିର ରହିଛି । ସ୍ଥାନୀୟ ମଥାନ୍ଠାରେ ଥିବା ମଖନ୍ ମହାଦେବଙ୍କ ମନ୍ଦିରରେ ଥିବା ଶିବଲିଙ୍ଗ ଉପରେ ପ୍ରତି ୧୨ ବର୍ଷରେ ବଜ୍ରପାତ ହୋଇଥାଏ । ଏପରି କାହିଁକି ହୁଏ ତାହାର ରହସ୍ୟ ସମସ୍ତଙ୍କୁ ଅଜଣା । ତେବେ ପରମ୍ପରା ଅନୁସାରେ ବଜ୍ରପାତ ପରେ ପୂଜାରୀ ଖଣ୍ଡିତ ଶିବଲିଙ୍ଗ ଉପରେ ବିଭିନ୍ନ ଚେରମୂଳୀ ଔଷଧ ଓ ଲହୁଣୀର ପ୍ରଲେପ ଦେଇଥାନ୍ତି । ସ୍ଥାନୀୟ ଲାକେ ଏହାକୁ ବିଜଲା ମହାଦେବ ମନ୍ଦିର କହିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ