ମନ୍ଦିର ଓ ଶ୍ମଶାନରେ ମଧ୍ୟ ଶୋଇବା ଅନୁଚିତ
ଶୋଇବା ପୂର୍ବରୁ ଗୋଡ଼ ଧୋଇବା କିଛି ଲୋକଙ୍କ ଅଭ୍ୟାସ ରହିଛି । ଏହା ଭଲ, କିନ୍ତୁ ପାଦ ଧୋଇବା ପରେ ଶୋଇବା ଅଶୁଭ ହୋଇଥାଏ । ପାଦ ଧୋଇବା ପରେ ଭଲ ଭାବେ ପୋଛି ଶୋଇଲେ ମା’ ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ । ଭଙ୍ଗା ପଲଙ୍କ ଅବା ଖଟରେ ଶୁଅନ୍ତୁ ନାହିଁ । ଖାଇ ସାରିବା ପରେ ସଙ୍ଗେ ସଙ୍ଗେ ବିଛଣାକୁ ଯାଆନ୍ତୁ ନାହିଁ । ଅଇଣ୍ଠା ମୁହଁରେ ଶୁଅନ୍ତୁ ନାହିଁ ।
ସର୍ବଦା ପୂର୍ବ ଦିଗକୁ ମୁଣ୍ଡ କରି ଶୁଅନ୍ତୁ । ପଶ୍ଚିମ ଦିଗରେ ମୁଣ୍ଡ କରି ଶୋଇଲେ ମୃତ୍ୟୁ ଏବଂ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଲେ ଧନ ଓ ଆୟୁ ପ୍ରାପ୍ତି ହୋଇଥାଏ । ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ଶୋଉଥିବା ବ୍ୟକ୍ତି ରୋଗୀ ଓ ଦରିଦ୍ର ହୋଇଥାନ୍ତି । ବାମ କଡକୁ ମୁହଁ କରି ଶୋଇବା ସ୍ୱାସ୍ଥ୍ୟ ପାଇଁ ଲାଭକାରୀ । ଦକ୍ଷିଣ ଦିଗକୁ ପାଦ କରି ଶୁଅନ୍ତୁ ନାହିଁ । ଏହା ପଛରେ ବୈଜ୍ଞାନିକ କାରଣ ରହିଛି । ଏହି ଦିଗକୁ ମୁଣ୍ଡ କରି ଶୋଇବା ଦ୍ୱାରା ମସ୍ତିଷ୍କକୁ ରକ୍ତ ସଞ୍ଚାଳନ କମ୍ ହୋଇଥାଏ ।