ମନ୍ଦିର ଦେଇଥାଏ ବର୍ଷା ସୂଚନା
ଭାରତରେ ଅନେକ ମନ୍ଦିର ଅଛି, ଯାହା ସହିତ ଅନେକ ରହସ୍ୟ ଯୋଡ଼ି ହୋଇ ରହିଛି । ତେବେ ଏପରି ଏକ ରହସ୍ୟମୟ ମନ୍ଦିର ଉତ୍ତରପ୍ରଦେଶ କାନପୁରଠାରେ ଅବସ୍ଥିତ, ଯେଉଁ ମନ୍ଦିର ବର୍ଷାର ସଙ୍କେତ ଦେଇଥାଏ । କୁହାଯାଏ, ଯଦି ବର୍ଷା ହେବାକୁ ଥାଏ ଉତ୍ତପ୍ତ ଖରାରେ ମଧ୍ୟ ମନ୍ଦିର ଛାତରୁ ପାଣି ପଡ଼ିଥାଏ । ଯେବେ ବର୍ଷା ହେବା ଆରମ୍ଭ ହୋଇଥାଏ, ମନ୍ଦିର ଛାତ ଶୁଖିଲା ହୋଇଯାଏ । ଏହି ମନ୍ଦିର କାନପୁର ଭିତର ଗାଁରୁ ୩ କିଲୋମିଟର ଦୂର ସ୍ୱସ୍ଥିବେହେତା ଗାଁରେ ଅବସ୍ଥିତ । ମନ୍ଦିରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ପୂଜା ପାଉଛନ୍ତି । ଏଠାକାର ଲୋକ କହିଥାନ୍ତି, ବର୍ଷା ହେବାର ୭ ଦିନ ପୂର୍ବରୁ ମନ୍ଦିର ଛାତରୁ ପାଣି ପଡ଼ିଥାଏ । କିନ୍ତୁ ସବୁଠୁ ରହସ୍ୟଜନକ କଥା ହେଲା, ବର୍ଷା ହେବା ମାତ୍ରେ ମନ୍ଦିର ଛାତ ଶୁଖିଯାଏ । ଏହାର ରହସ୍ୟ ମନ୍ଦିର ପୂଜାରୀଙ୍କୁ ମଧ୍ୟ ଜଣାନଥିବା ସେ କହିଛନ୍ତି ।


