ମନ୍ଦିର ଦେବାଳୟରେ ସୁଦ୍ଧା ବ୍ରତ ପାଳିଲେ ସଧବା ମହିଳା
ରାଇରଙ୍ଗପୁର, (ଅକ୍ଷୟ ବିଶ୍ଵାଳ):ଆଜି ପୌଷମାସ ଶୁକ୍ଳ ଦଶମୀ ଓ ଗୁରୁବାର ।ଶାସ୍ତ୍ର କହୁଛି କୌଣସି ମାସର ଶୁକ୍ଳ ଦଶମୀ ତିଥିରେ ଗୁରୁବାର ପଡିଲେ ମା’ ଲକ୍ଷ୍ମୀ ଙ୍କ ଠାରେ ସୁଦଶା ବ୍ରତ ପାଳନ କରାଯାଏ । ସଧବା ମହିଳାମାନେ ନିଜ ସ୍ଵାମୀ ଓ ପରିବାରର ଦୀର୍ଘାୟୁ କାମନା କରି ସୁଦଶା ବ୍ରତ ପୂଜା କରି ବ୍ରତ ପିନ୍ଧିଥାନ୍ତି ।ଆଜି ଏଭଳି ଏକ ପବିତ୍ର ଦିଵସ ଆଜି ଶାମ୍ବ ଦଶମୀ ସହ ସୁଦଶା ବ୍ରତ ପଡ଼ିଛି । ଯାହାକି ଅତ୍ୟନ୍ତ ପବିତ୍ର ଧର୍ମ ର ଦିନ ।ଆଜିର ଦିନରେ ସୂର୍ଯ୍ୟୋଦୟ ପୂର୍ବରୁ ମହିଳାମାନେ ସ୍ନାନ ଓ ଶୌଚ ସାରି ନବ ଶ୍ବେତ ବସ୍ତ୍ର ପରିଧାନ କରି ଘର ଦୁଆର ପୋଛା ପୋଛି କରି ଅଗଣାରେ ଗୋବର ଲିପାଲିପି କରି ଝୋଟିରେ ଲକ୍ଷ୍ମୀ ପାଦ ପକାଇଥିଲେ ।ପରେ ମହିଳାମାନେ ଘରେ ଘରେ ମନ୍ଦିର ଦେଵାଳୟକୁ ଯାଇ ଭୋଗରାଗ ଓ ଵ୍ରତ ଧରି ପୂଜାର୍ଚ୍ଚନା କରିବାକୁ ଯାଇଥିଲେ । ସେଠାରେ ବ୍ରାହ୍ମଣ ପୂଜାର୍ଚ୍ଚନା କରିବା ସହ ଦଶଗୋଟି ମଣ୍ଡାପିଠା ଭୋଗ ଲାଗି କରିଥିଲେ । ପରେ ମହିଳାମାନେ ବ୍ରତ ରେ ମା’ ଲକ୍ଷ୍ମୀ ଙ୍କ ୧୦ ଟି ନାମର ଯଥା ଲକ୍ଷ୍ମୀ ନାରାୟଣୀ, କମଳିନୀ,ଶ୍ରୀ ହରି ପ୍ରୀୟା,,ପଦ୍ମାଳୟା,କମଳା,ଚଞ୍ଚଳା,ବିଘ୍ନସେନୀ, ସିନ୍ଦୂର ଦୁଲ୍ଲଣୀ,,ଦୁର୍ଗତି ନାଶିନୀ,ଵିଷ୍ନୁ ପାଟରାଣୀ ଙ୍କ ନାମ ନେଇ ନିଜ ନିଜ ଵ୍ରତରେ ଗଣ୍ଠି ପକାଇଥିଲେ ।ସେହି ବ୍ରତକୁ ମା’ ଲକ୍ଷ୍ମୀ ଙ୍କ ପାଖରେ ପୂଜାର୍ଚ୍ଚନା କରି ସୁଦଶା ବ୍ରତ ପୁସ୍ତକ ପାଠ ପଢିବା ପରେ ନିଜ ବାହୁରେ ବାନ୍ଧିଥିଲେ ।ଏହି ବ୍ରତ ସଧବା ମହିଳାଙ୍କ ବାହୁରେ ଥିଲା ପର୍ଯ୍ୟନ୍ତ ନିଜ ସ୍ଵାମୀଙ୍କ ର ସବୁ ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ଆସ୍ଥା ଓ ବିଶ୍ବାସ ଅଛି ।ମା’ର ଲକ୍ଷ୍ମୀ ଙ୍କ କୃପା ଓ ଆଶୀର୍ବାଦ ଫଳରେ ଧନ,ସମ୍ପଦ,ଗୋ, ଲକ୍ଷ୍ମୀ,ସୁଖ, ଶାନ୍ତି, ସୌନ୍ଦର୍ଯ୍ୟ,ସୁଖ୍ଯାତି,ପ୍ରେମ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ଵାସ ଅଛି ।ଏହି ବ୍ରତ ପରବର୍ତ୍ତୀ ସୁଦଶା ବ୍ରତ ପର୍ଯ୍ୟନ୍ତ ମହିଳାମାନେ ଧାରଣ କରିଥାନ୍ତି ।ଆଜି ସୁଦଶା ଵ୍ରତରେ ରାଇରଙ୍ଗପୁର ର ଜଗନ୍ନାଥ ମନ୍ଦିର,ମଠ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ପଞ୍ଚାୟତ ମନ୍ଦିର ଏବଂ ବିଭିନ୍ନ ମନ୍ଦିରରେ ମହିଳାମାନେ ପୂଜାର୍ଚ୍ଚନା କରିଥିବାବେଳେ ମନ୍ଦିରରେ ପ୍ରବଳ ଗହଳି ଲାଗିଥିଲା