ମନ୍ଦିର ପରିସରରୁ ଚନ୍ଦନ ଗଛ ଲୁଟ ଘଟଣା : ୨ କୋର୍ଟ ଚାଲାଣ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଗତ ୧୬ ତାରିଖ ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମ ଗୋପିନାଥ ମନ୍ଦିର ପରିସରରୁ ଦୁବୃର୍ତ ମାନେ ୨ଫୁଟ ଗୋଲେଇ ଓ ୮ଫୁଟ ଲମ୍ବ ବିଶିଷ୍ଟ ଏକ ଚନ୍ଦନ ଗଛକୁ କାଟି ଲୁଟି ନେବାରେ ସକ୍ଷମ ହୋଇଥିଲେ । ୧୭ ତାରିଖ ସକାଳେ ମନ୍ଦିର ପୂଜକ ମନ୍ଦିର ପରିସରରେ ଚନ୍ଦନ ଗଛ କାଟି ଲୁଟ କରାଯାଇଥିବା ଜାଣିପାରି ଘଟଣା ନେଇ ଗ୍ରାମବାସୀଙ୍କୁ ଜଣାଇଥିଲେ । ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏ ନେଇ ହିଞ୍ଜିଳି ଥାନାରେ କେଶ ନଂ- ୬୩/୨୧ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ଚୋରୀ ଘଟଣାରେ ସଂପୃକ୍ତି ଥିବା ୨ଜଣଙ୍କୁ ପୁଲିସ ସେମାନଙ୍କ ଗ୍ରାମରୁ ଗିରଫ କରିଛି । ଗିରଫ ମାନେ ହେଲେ କବିସୂର୍ଯ୍ୟନଗର ତାନା ଆଠଗଡ଼ପାଟଣା ଗ୍ରାମର ସୁରେନ୍ଦ୍ର ନାହାକ (୩୩) ଓ ଅଙ୍ଗଦ ନାହାକ (୩୨) । ଗିରଫ ଦ୍ୱୟଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ