ମନ୍ଦିର ମଠ ସଫେଇ କାର୍ଯ୍ୟକ୍ରମ 

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଥିବା ବିଭିନ୍ନ ପୁରାତନ ମଠ ମନ୍ଦିର ଗୁଡିକୁ ବିଶ୍ୱ ହିନ୍ଦୁ ପରିଷଦ ଏବଂ ଗାୟତ୍ରୀ ପରିବାର ତରଫରୁ ସଫେଇ କରାଯାଉଥିବାର ଦେଖିବାକୁ ମିଳିଛି । ଏନେଇ ବିଶ୍ୱ ହିନ୍ଦୁ ପରିଷଦର ମୋନଜ ଦାଶ, ବ୍ରଜ ପଟ୍ଟନାୟକ, କ୍ରାନ୍ତି, ଲକ୍ଷ୍ମୀକାନ୍ତ ପଟ୍ଟନାୟକ ପ୍ରମୁଖଙ୍କ ସମେତ ଗାୟତ୍ରୀ ପରିବାରରର ଯୁବବାହୀନୀ ସନ୍ତୋଷ ଗନ୍ତାୟତ, ଶଷୀଭୂଷଣ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ସହରର ପୁରାତନ ମଠ ମନ୍ଦିର ଗୁଡିକ ସଫେଇ କରିଥିଲେ । ମନ୍ଦିର ପରିସରରେ ପଡିଥିବା ଅଳିଆ ଆବର୍ଜନା ତଥା ମନ୍ଦିର ମଧ୍ୟରେ ଥିବା ଅଳିଆ ଗୁଡିକୁ ସଫା କରି ପରିବେଶକୁ ସଫାସୁତୁରା କରିଥିଲେ । ଏପରି କାର୍ଯ୍ୟ ଆଗକୁ ମଧ୍ୟ ଜାରି ରହିବ ବୋଲି ଏମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ