ମନ୍ଦିର ରୁ ଲୁଟ ଘଟଣା ରେ ଦୁଇ ଗିରଫ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ କଳାପାଞ୍ଚଣ ପଞ୍ଚାୟତ ର ନୂଆପାଟଣା ଗ୍ରାମରେ ଥିବା ଲକ୍ଷ୍ମୀ ନୃସିଂହ ମନ୍ଦିରରୁ ଲୁଟ ହୋଇଥିବା ନେଇ ଚାରିଛକ ଥାନାରେ ଅଭିଯୋଗ ହୋଇଥିଲା । ଚାରିଛକ ଥାନା ଅଧିକାରୀ ମମତା ବିଶ୍ଵାଳ ,ଏସଆଇ କୃଷ୍ଣ ଚନ୍ଦ୍ର ପୃଷ୍ଟି ଘଟଣାର ତଦନ୍ତ କରି ଘଟଣାରେ ସଂଶ୍ଲିଷ୍ଟ ଦୁଇ ଜଣ ଲୁଟେରା ଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛନ୍ତି। ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଚାରିଛକ ଥାନାରେ ଦଫା ୩୮୦ /୪୫୭ ରେ ଏକ ମୋକଦ୍ଦମା୨୭/୨୩ ରୁଜୁ କରାଯାଇଛି ।ଦୃବୁର୍ତ୍ତ ମାନେ ମନ୍ଦିର ର ମୁଖ୍ୟ ଫାଟକ ର ଗ୍ରିଲ୍ ,ମୁଖ୍ୟ କବାଟ ,ରୋଷ ଘର ,ଆଦିର ତାଲା ଭାଙ୍ଗି ମନ୍ଦିର ରେ ପଶି ଠାକୁରଙ୍କ ରୂପା ମକୁଟ , ସୁନା ହାର ,ସୁନା ଚେନ ,ପିତଳହାଣ୍ଡି, ଥାଳି , ଘଣ୍ଟ,ଘଣ୍ଟା, ଢାଳ ,ଦୁଇଟି ପାଣି ମୋଟର ଆଦି ସାମଗ୍ରୀ ଚୋରି କରି ନେଇଥିଲେ।ଗିରଫ ଲୁଟେରା ଦ୍ବୟ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ପଞ୍ଚଲିଙ୍ଗେଶ୍ୱର ଗ୍ରାମର ରାଜୁଆ ମଲ୍ଲିକ ଓ କଳାପାଞ୍ଚଣ ପଞ୍ଚାୟତ ଉମାମହେଶ୍ବରପୁର ଗ୍ରାମର ଶେଖ ସାଜିତ । କୋର୍ଟ ତାଙ୍କର ଜାମିନ ନାମଞ୍ଜୁର କରି ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ