ମନ୍ଦିର ରେ ବ୍ୟବସାୟୀ ଙ୍କ ଆତ୍ମହତ୍ୟା

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତ ର ପ୍ରସିଦ୍ଧ ଶୈବପୀଠ ଅମରେଶ୍ୱର ମନ୍ଦିର ରେ ଜଣେ ବ୍ୟବସାୟୀ ଆତ୍ମହତ୍ୟା କରିବା ଘଟଣା ଏବେ ସମଗ୍ର ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି। ଅମରେଶ୍ୱର ମନ୍ଦିର ର ପୂଜକ ଆଜି ସକାଳେ ମନ୍ଦିର କୁ ପୂଜା କରିବାକୁ ଯାଇଥିବାବେଳେ ମୁଖ୍ୟମନ୍ଦିର ର ପାଶ୍ଵ ଦେବତା ହରପାର୍ବତୀ ଙ୍କ ମନ୍ଦିର ଗ୍ରିଲ ରେ ଜଣେ ବ୍ୟକ୍ତି ଙ୍କ ଶବ ଝୁଲୁଥିବା ଦେଖିଥିଲେ। ପୂଜକ ସମିତି ପକ୍ଷରୁ ପୋଲିସ କୁ ଖବର ଦିଆଯିବା ପରେ ଚାରିଛକ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକ ଙ୍କ ପରିଚୟ ମିଳିଛି। ସେ ହେଉଛନ୍ତି କଟକ ଜିଲ୍ଲା ନିଆଳି ଥାନା ବିନିଶିପୁର ପଞ୍ଚାୟତ ବଢେଇ ପାଟଣା ଗ୍ରାମର ଶ୍ୟାମ ମାଣିକ (୪୬)।ପୋଲିସ ଶବ କୁ ଜବତ କରି ବ୍ୟବଚ୍ଛେଦ ପାଇଁ ଚାରିଛକ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।ମୃତକ ଶ୍ୟାମ କାକଟପୁର ବ୍ଲକ ଛକ ଠାରେ କବାଡ଼ିଆ ଦୋକାନ କରିଛନ୍ତି।ତାଙ୍କ ର ଦୁଇଟି ପୁଅ ଅଛନ୍ତି। ସେ କାହିଁକି ଆତ୍ମହତ୍ୟା କଲେ ସ୍ପଷ୍ଟ ହୋଇପାରିନାହିଁ। ତେବେ ବ୍ୟବସାୟିକ କ୍ଷତି କାରଣ କୁ ନେଇ ସେ ଆତ୍ମହତ୍ୟା କରିଥାଇପାରନ୍ତି।ପୋଲିସ ତଦନ୍ତ ପରେ ତାଙ୍କ ଆତ୍ମହତ୍ୟା ର କାରଣ ସ୍ପଷ୍ଟ ଜଣାପଡ଼ିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ