ମନ କଥା

କହି ମୁଁ ପାରୁନି
ମନର କଥାକୁ
ଲୁହରେ ଦେଉଛି ଲେଖି,
କେବେ ସମାଧାନ
କରିବୁ କାଳିଆ
ନୀଳଚକ୍ର ଥାଉ ସାକ୍ଷୀ ।

ମନ କଥା ମୋର
ମନରେ ଜନ୍ମଇଁ
କେହି କେବେ ଦେଖି ନାହିଁ,
କେତେ ମନ କଥା
ମନରେ ମରଇ
କାହାକୁ ମୁଁ କହି ନାହିଁ ।

ମନୁଆଁ ଠାକୁର
ତୋତେ ମୁଁ ଭାବିଲି
ମନ କଥା ଦେବି କହି,
ପାଟି ନ ଫିଟିଲା
ଭାଷା ନ ଆସିଲା
ଲୁହ ହୋଇ ଗଲା ବହି ।

ତେଣୁ ମୁଁ ନ କହି
ଲୁହରେ ଲେଖିଲି
ତୋ ନୀଳଚକ୍ରକୁ ଚାହିଁ,
ଦୁଃଖର ଲୁହ କି
ସୁଖର ଏ ଲୁହ
ଯେମିତି ବୁଝିବୁ ତୁହି ।

ଯାହା ତୁ ବୁଝିବୁ
ତାହା ତୁ କରିବୁ
ଅବୁଝା ତୋ ପାଇଁ ନାହିଁ,
ମନରେ ଲୁହରେ
ସବୁ ତୁ ରଖିଛୁ
ମୁହିଁ ବା ବୁଝିବି କାହିଁ ।

ଗଦାଧର ସାହୁ,
କଙ୍କଡ଼ାଦ୍ଵୀପ,
ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ