‘ମନ କୀ ବାତ’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ:(ଯୁଗାବ୍ଦ ନ୍ୟୁଜ୍) ଆଜି ପୂର୍ବାହ୍ନ ୧୧ ଟାରେ ମନକୀ ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ଦ୍ବିତୀୟ ପାଳି ସରକାର ଗଠନ ପରେ ଏହା ୬ ନମ୍ବର ମନ କୀ ବାତ କାର୍ଯ୍ୟକ୍ରମ । ଆଜିର ମନ କୀ ବାତ୍ କାର୍ଯ୍ୟକ୍ରମ ନେଇ ନିଜ ଟ୍ବିଟର ପେଜ୍ ରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମନ କୀ ବାତ୍ କାର୍ଯ୍ୟକ୍ରମ ଅଲ ଇଣ୍ଡିଆ ରେଡିଓ, ଦୂରଦର୍ଶନ ଓ ନରେନ୍ଦ୍ର ମୋଦୀ ଆପ ମାଧ୍ୟମରେ ଦେଶବାସୀ ଶୁଣିପାରିବେ।


