ମନ ମୋହିଲା ପ୍ରିନ୍ସ ଡାନ୍ସ ଗ୍ରୁପ ଓ କଳାହାଣ୍ଡିର ଘୁମୁରା ନୃତ୍ୟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ବହୁ ଆଡମ୍ବରରେ ‘ଗଜପତି ଉତ୍ସବ -୨୦୨୨ତୃତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି. ଏହି ସନ୍ଧ୍ୟାର ମୁଖ୍ୟ ଆକଶ୍ରନ ଥିଲା ଗୋପାଳପୁର ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ଏବଂ କଳାହାଣ୍ଡିର ଘୁମୁରା. ଏଥି ସହିତ ନବରଙ୍ଗପୁର ସମେତ ସ୍ଥାନୀୟ କଳାକାରଙ୍କ ଲୋକନୃତ୍ୟ ରାତିର ଶିତୁଆ ସନ୍ଧ୍ୟାରେ ଲୋକଙ୍କ ମନକୁ ବେଶ ଜିଣି ପାରିଥିଲା. ଦର୍ଶକ ଅନେକ ରାତି ଯାଇଁ ଏହି ଉତ୍ସବକୁ ଉପଭୋଗ କରିଥିଲେ. ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତୃତୀୟ ସନ୍ଧ୍ୟାରେ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ଆଦର୍ଶ ବିଦ୍ୟାଳୟ ନିର୍ଦେଶକ ସଂଗ୍ରାମ କେଶରୀ ମହାପାତ୍ର, ମୁଖ୍ୟ ଅତିଥି ଭାବେ ବହ୍ମପୁର ମୁଖ୍ୟ ଜଙ୍ଗଲ ସଂରକ୍ଷଣ ଅଧିକାରୀ ପ୍ରଶାନ୍ତ ମିଶ୍ର, ଗଜପତି ଏସପି ସ୍ୱାତୀ ଏସ. କୁମାର ପ୍ରମୁଖ ଯୋଗ ଦେଇ ଗଜପତି ଜିଲ୍ଲାର ବୈଶିଷ୍ଟ୍ୟତା ସମ୍ପର୍କରେ ଆଲୋକପାତ କରିଛନ୍ତି. ଏଥି ସହ ଜିଲ୍ଲା ଉତ୍ସବ ଆୟୋଜନର ଉଦ୍ୟେଶ ଏବଂ ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ