ମନ, ଶରୀର ଓ ଆତ୍ମାକୁ ମିଳନ କରିଥାଏ ଯୋଗ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଯୋଗ ହେଉଛି ଭାରତର ପ୍ରାଚୀନ ପରମ୍ପରା । ଯୋଗ ଜୀବନର ଏକ ଧାରା । ଯାହା ମନ, ଶରୀର ଓ ଆତ୍ମାକୁ ମିଳନ କରିଥାଏ ଏବଂ ଶରୀରକୁ ସନ୍ତୁଳିତ ରଖିଥାଏ । ମନରେ ଶାନ୍ତି ଆଣିଥାଏ ଯୋଗ । ନିୟମିତ ଯୋଗ କଲେ ରୋଗରୁ ମୁକ୍ତି ମିଳିଥାଏ । ଯୋଗ ମାନବ ସମାଜ ପାଇଁ ଏକ ଅତୁଳନୀୟ ଅବଦାନ । ଆଜି ବିଶ୍ୱବ୍ୟାପୀ ଏହାକୁ ଆପଣାଇ ନେଇଛନ୍ତି । ଏକ ସୁସ୍ଥ ରାଷ୍ଟ୍ର ଗଠନରେ ଯୋଗ ଶିକ୍ଷାର ଗୁରୁଦାୟିତ୍ୱ ରହିଛି । ତତ୍ ସହିତ ଏକ ସୁସ୍ଥ ଜୀବନଯାପନ ପାଇଁ ସମଗ୍ର ବିଶ୍ୱକୁ ପଥ ଦେଖାଇଛି ଯୋଗ, ବୋଲି ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ, ଭୁବନେଶ୍ୱର ଉପ-ମଣ୍ଡଳ ପକ୍ଷରୁ ବିଜୁ ପଟ୍ଟନାୟକ ଫରେଷ୍ଟ ପାର୍କ ପରିସର ମଧ୍ୟରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗ ଦେଇଥିବା ଅତିଥିମାନେ ମତ ପ୍ରକାଶ କରିଥିଲେ । ବ୍ରହ୍ମାକୁମାରୀ ଭଉଣୀ ଲିନା ଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା ଲୋକାୟୁକ୍ତର ସଦସ୍ୟ ଡଃ. ଦେବବ୍ରତ ସ୍ୱାଇଁ, ମୁଖ୍ୟବକ୍ତା ରୂପେ ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ (ଆଇ.ଏ.ଏସ୍‌), ସମ୍ମାନିତ ଅତିଥି ରୂପେ ସି.ଆଇ.ଏସ୍‌.ଏଫ୍ କମାଣ୍ଡାଣ୍ଟ ଆଲୋକ ଯୋଶୀ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ୬୦ଜଣ ସି.ଆଇ.ଏସ୍‌.ଏଫ୍ ଯବାନ୍ ଙ୍କ ସମେତ ୫ଶହରୁ ଉର୍ଦ୍ଧ୍ୱ ଲୋକ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମକୁ ଡଃ. ସୁବ୍ରତ ମେହେର, ବିକେ ଭଉଣୀ ମିନତୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଭଉଣୀ ଲିନାଙ୍କ ଦ୍ୱାରା ରାଜଯୋଗ ଏବଂ ମୁରଲୀ କାର୍ଯ୍ୟକ୍ରମ ବେଶ୍ ମନଛୁଆଁ ହେବା ସହ ଉପସ୍ଥିତ ଜନସାଧାରଣ ବେଶ୍ ପ୍ରଶଂସା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ