ମମତାଙ୍କ କଟାକ୍ଷ ଏମିତି ମିଠା ଦେବି, ଦାନ୍ତ ଭାଙ୍ଗିଯିବ

ନୂଆଦିଲ୍ଲୀ(ଏଜେନ୍ସି): ଏକ ସାକ୍ଷାତକାର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ, ବହୁ ବାଦ ବିବାଦ ସତ୍ତେ୍ୱ ତାଙ୍କୁ ଦିଦି ଅର୍ଥାତ୍ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମିଠା ଓ କୁର୍ତ୍ତା ପଠାଇଥାନ୍ତି । ମୋଦିଙ୍କ ଏପ୍ରକାର କହିବାର କିଛି ଘଣ୍ଟା ମଧ୍ୟରେ ମମତା ଏହାର ଜବାବ ରଖିଛନ୍ତି । ମମତା କହିଛନ୍ତି ଯେ, ମୋଦିଙ୍କୁ ବଙ୍ଗଳାର ରସଗୋଲା ଦେଇପାରିବୁ କିନ୍ତୁ ଭୋଟ୍ ନୁହେଁ । ପରେ ପରେ ମମତା ଟ୍ୱିଟ୍ କରି ଲେଖିଛନ୍ତି ଯେ, ମୋଦିଙ୍କୁ ସେ ଏମିତି ମିଠା ଦେବେ ଯେ, ତାଙ୍କ ଦାନ୍ତ ଭାଙ୍ଗିଯିବ । ମମତାଙ୍କ ଏପ୍ରକାର ଟ୍ୱିଟ୍ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ମମତା ଧମକାଇଛନ୍ତି ସତ କିନ୍ତୁ ଏହି ଧମକରେ ମଧ୍ୟ ରସଗୋଲା ସ୍ଥାନ ପାଇଛି । ମମତା ନିଜକୁ ମୋଦିଙ୍କ ପ୍ରମୁଖ ବିରୋଧୀ ଭାବରେ ଉପସ୍ଥାପିତ କରିବାର ପ୍ରୟାସରେ ଥିବାରୁ ଏଥିରେ ବାଧା ସୃଷ୍ଟି କରୁଥିବା ରସଗୋଲା ପ୍ରସଙ୍ଗରେ ସେ ନିଜକୁ ଠିକ୍ ଦର୍ଶାଇବାରେ ଲାଗି ପଡ଼ିଛନ୍ତି ।
ମମତା ତାଙ୍କ ବୟାନରେ କହିଛନ୍ତି ପ୍ରଧାନମନ୍ତ୍ରୀ ନିର୍ବାଚନ ପୂର୍ବରୁ କେବେ ପଶ୍ଚିମବଙ୍ଗ ଆସିନାହାନ୍ତି । କିନ୍ତୁ ବର୍ତ୍ତମାନ ହେଉଥିବା ନିର୍ବାଚନରେ ତାଙ୍କୁ ଲୋକଙ୍କ ଭୋଟ୍ର ଆବଶ୍ୟକତା ରହିଛି । କିନ୍ତୁ ଦୁର୍ଭାଗ୍ୟ ତାଙ୍କୁ ସବୁ ମିଳିବ ଭୋଟ୍ ମିଳିବ ନାହିଁ । ବିଜେପି ମମତାଙ୍କର ଏପରି ମନ୍ତବ୍ୟ ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ ବୋଲି ଦର୍ଶାଇ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇଛି । ପ୍ରକାଶ ଯେ, ଚଳିତ ସାଧାରଣ ନିର୍ବାଚନ ୧୯ ମେ’ରେ ଶେଷ ହେବ । ଇତି ମଧ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇସାରିଛି ଏବଂ ଅନ୍ୟ ଚାରୋଟି ପର୍ଯ୍ୟାୟରେ ପାଖାପାଖି ୨୪୨ଟି ଆସନ ପାଇଁ ନିର୍ବାଚନ ହେବ । ପଶ୍ଚିମବଙ୍ଗରେ ନିର୍ବାଚନକୁ ନେଇ ବିଜେପି-ଟିଏମ୍ସି ରାଜନୀତି ଜୋର ଧରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ