ମମତା କୁଣ୍ଡୁଙ୍କ ସ୍ୱଚ୍ଛତା ସଚେତନତା ଶୋଭାଯାତ୍ରା

ବାଲେଶ୍ୱର : ଗୋପାଳ ଗାଁ ନିକଟସ୍ଥ ଚୂନଭାଟି ତଳସାହିର ୩୬ ନମ୍ବର ଓ ୩୨ ନମ୍ବର ୱାର୍ଡ଼ରେ ସମାଜସେବୀ ମମତା କୁଣ୍ଡୁଙ୍କ ତତ୍ତ୍ୱାବଧାନରେ ସ୍ୱଚ୍ଛତା ସଚେତନତା ଓ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯାନରେ ଶତାଧିକ କଲେଜ ଛାତ୍ରଛାତ୍ରୀ ଯୋଗଦେଇ ଲୋକମାନଙ୍କ ମଧ୍ୟରେ ସଫେଇ ସଚେତନତା ସୃଷ୍ଟି କରିଥିଲେ । ଶ୍ରୀମତୀ କୁଣ୍ଡୁ ନିଜେ ସଫେଇ କରିବା ସହିତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ ମିଶି ଦୁଇଟି ୱାର୍ଡ଼ର ବିଭିନ୍ନ ଅଞ୍ଚଳ ସଫେଇ କରିଥିଲେ । ଅଳିଆ ସ୍ଥାନରେ ବ୍ଲିଚିଂ ପାଉଡ଼ର, କ୍ଲୋରିନ ବଟିକା ବଣ୍ଟନ କରିଥିଲେ । ଏହା ଦ୍ୱାରା ଲୋକେ ନିଜେ ସ୍ୱଚ୍ଛ ରହିବା ସହିତ ପରିବେଶକୁ କିପରି ପରିସ୍କାର ରଖିବେ ସେ ସମ୍ପର୍କରେ ବୁଝାଇଥିଲେ । ଆବର୍ଜନାକୁ ଏଣେତେଣେ ନପକାଇ ଡଷ୍ଟବିନରେ ପକାଇବା ସହ ୱାର୍ଡ଼ବାସୀଙ୍କ ପରିସ୍କାର ପରିଚ୍ଛନ୍ନ ରହିବାକୁ ପ୍ରବର୍ତ୍ତାଇଥିଲେ । କ୍ଲୋରିନ ବଟିକା ସମ୍ପର୍କରେ ଲୋକମାନଙ୍କୁ ବୁଝାଇବା ସହିତ ସମସ୍ତଙ୍କ ଘରେ କ୍ଲୋରିନ ବଟିକା ବଣ୍ଟନ କରିଥିଲେ । ସମାଜସେବୀ ଶ୍ରୀମତୀ କୁଣ୍ଡୁଙ୍କର ଏହି ଦିବସବ୍ୟାପୀ କାର୍ଯ୍ୟକ୍ରମରେ କଲେଜ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନସାଧାରଣ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ