ମମତା ବାନାର୍ଜୀଙ୍କ ଚରମ ବାଣୀ ,ମୁଁ ମୃତ୍ୟୁକୁ ନୁହେଁ ,ବରଂ ମୃତ୍ୟୁ ମୋତେ ଡରେ ,ଅଟକାଇବା ପାଇଁ କାହାର ଦମ ୍ ନାହିଁ

କୋଲକାତା : ପଶ୍ଚିମବଙ୍ଗ ସମେତ ଦେଶର ବିଭିନ୍ନ ସ୍ଥାନରେ ଡାକ୍ତରଙ୍କ ଆନ୍ଦୋଳନ ଜାରୀ ରହିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ପ୍ରତିକ୍ରିୟାରେ ଉତ୍ତର ୨୪ୂ ପ୍ରଗଣାରେ ଚରମ ବାଣୀ ଶୁଣାଇଛନ୍ତି । ମୁଁ ମୃତ୍ୟୁକୁ ଡରେ ନାହିଁ ବରଂ ମୃତ୍ୟୁ ମୋତେ ଡରିଥାଏ । ମୋତେ କେହି ଅଟକାଇପାରିବେ ନାହିଁ କି କାହାର ସାହାସ ନାହିଁ । ମୁଁ ବିହାର , ଉତ୍ତରପ୍ରଦେଶ ,ପଞ୍ଜାବ ଜାଇ ସେଠରେ ମୁଁ ହିନ୍ଦି ଭାଷାରେ ଭାଷଣ ଦେଉଛି । ହିନ୍ଦି ଆମର ରଷ୍ଟ୍ରିୟ ଭାଷା ସତ୍ୟ କିନ୍ତୁ ପଶ୍ଚିମବଙ୍ଗ ଆସିଲେ ବଙ୍ଗଳା ଭାଷାରେ କଥୋକ ପଥୋନ କରିବାକୁ ପଡିବ ବୋଲି କହିଛନ୍ତି ମମତା । ଆମେ ପଶ୍ଚିମବଙ୍ଗକୁ ଗୁଜୁରାଟରେ ପରିଣତ ହେବାକୁ ଦେବୁ ନାହିଁ । ମମତା କହିଛନ୍ତି କିଛି ଅସାମାଜିକ ପଶ୍ଚିମବଙ୍ଗରେ ଗୁଣ୍ଡାରାଜ ଚଳାଇଥିବାବେଳେ ସେମାନଙ୍କୁ ପଶ୍ଚିମବଙ୍ଗରେ ଗୁଣ୍ଡାରାଜକୁ ସ୍ଥାନ ନାହିଁ ବୋଲି କହିଛନ୍ତି । ଗୁଣ୍ଡାରାଜ ପାଇଁ ସାଧାରଣ ଲୋକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଆମେ ଗଣତାନ୍ତ୍ରିକ ପନ୍ଧତିରେ ଆନ୍ଦୋଳନ ଜାରୀ ରହିବ ବୋଲି କହିଛନ୍ତି । ସେହିପରି ଜୁଲାଇ ୨୧ ରେ ଆନ୍ଦୋଳନ ହେବ ।ଆମକୁ ଇଭିଏମ୍ ଦରକାର ନାହିଁ ଆମକୁ ବେଲେଟ ଆବଶ୍ୟକ ବୋଲି ମମତା କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ