ମମିତା ମେହର ହତ୍ୟା ଘଟଣା ବିଜେପି ପକ୍ଷରୁ ବ୍ଲକ ଘେରାଉ

ଛତ୍ରପୁର, (ଦେବଦତ୍ତ ମହାରଣା) : ବହୁ ଚର୍ଚ୍ଚିତ କଳାହାଣ୍ଡି ମହାଲିଙ୍ଗ ଶିକ୍ଷୟତ୍ରୀ ମମିତ ମେହେର ହତ୍ୟା ଘଟଣା ରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି ନେଇ ସୋମବାର ଛତ୍ରପୁର ବିଜେପି ପକ୍ଷରୁ ସ୍ଥାନୀୟ ବ୍ଲକ ଘେରାଉ କରାଯାଇଛି। ଦଳୀୟ ନେତା ଓ କର୍ମୀ ମାନେ ମମିତ ମେହେରଙ୍କ ହତ୍ୟା ଘଟଣା ରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କ ସଂପୃକ୍ତି ନେଇ ଅଭିଯୋଗ କରିବା ସହ ଇସ୍ତଫା ଦାବି କରିଛନ୍ତି ଏବଂ ସେଠାରେ ମନ୍ତ୍ରୀଙ୍କ କୁଶପୁତଲିକା ଦାହ କରିଥିଲେ l ସ୍ଥାନୀୟ ବିଜେପି କାର୍ଯ୍ୟାଳୟ ଠାରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କରଙ୍କ ନେତୃତ୍ଵ ରେ ଛତ୍ରପୁର ମଣ୍ଡଳ ସଭାପତି ସଂଜିତ କୁମାର ରାଉଳ ଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଏକ ଶୋଭାଯାତ୍ରା ବାହାରି ବ୍ଲକ ସମ୍ମୁଖରେ ପହଞ୍ଚିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ