ମମିତା ମେହେରଙ୍କୁ ନ୍ୟାୟ ଓ ଅଭିଯୁକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ଗିରଫ ଦାବିରେ ବିଜେପିର ଆନ୍ଦୋଳନ
ବାଲେଶ୍ୱର, (ସରୋଜ ପଣ୍ଡା) : ମମିତା ମେହେରଙ୍କ ରହସ୍ୟମୟ ଭାବେ ନିଖୋଜ ହେବା ଓ ପରବର୍ତ୍ତୀ ସମୟରେ ନିର୍ମମ ହତ୍ୟା, ଅପରାଧରେ ଗୃହ ରାଜ୍ୟମନ୍ତ୍ରୀ କେପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗରେ ଆଜି ଜିଲ୍ଲା ବିଜେପି ନେତୃତ୍ବରେ ଜିଲ୍ଲାର ମହିଳାମୋର୍ଚ୍ଚା ସଭାନେତ୍ରୀ ମନୀଷା ବେହେରା ଓ ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ରଙ୍କ ସହିତ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ମାନେ ଗାନ୍ଧୀ ସ୍ମୃତି ଭବନଠାରୁ ମମିତାଙ୍କୁ ନ୍ୟୟ ପାଇଁ, ଅପରାଧୀଙ୍କୁ କୋଠର ଦଣ୍ଡରେ ଦଣ୍ଡିତ କରିବା ପାଇଁ ବିଭିନ୍ନ ସ୍ଲୋଗାନ ଦେଇ ଏକ ପଦଯାତ୍ରାରେ ଷ୍ଟେସନ ଛକ ହୋଇ ଫାଣ୍ଡି ଛକଠାରେ ପହଞ୍ଚି ଥିଲେ। ସେଠାରେ ନବୀନ ସରକାରଙ୍କୁ ମହିଳା ବିରୋଧୀ ଚିତ୍ରଣ କରି ବିଭିନ୍ନ ନାରା ଦେଇ, ଅଭିଯୁକ୍ତ ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଓ ଗିରଫ ଦାବିରେ ବିରୋଧ ପ୍ରଦର୍ଶନ କରିଥିଲେ। ଶେଷରେ ଅଭିଯୁକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁଳିକା ଦାହ ପୁର୍ବକ ବିରୋଧ ପ୍ରଦର୍ଶନ ଆଜି ପାଇଁ ଶେଷ ହୋଇଥିଲା। ଆଜିର କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୋଭନା ମହାନ୍ତି, ରେମୁଣାର ପୁର୍ବତ୍ତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ମହିଳାମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ ସୁଷମା ବିଶ୍ୱାଳ, ରାଜ୍ୟ ସମ୍ପାଦିକା ଶିପ୍ରା ବିଜପେୟୀ, ପୁର୍ବତ୍ତନ ବିଧାୟକ ଜୀବନ ପ୍ରଦୀପ ଦାସ, ପୂର୍ବତ୍ତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ଓ ଇଶ୍ବର ଚନ୍ଦ୍ର ବେହେରା, ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଉପସଭାପତି କମଳା ବିନ୍ଧାଣି, ମୀନାକ୍ଷୀ ମହାପାତ୍ର ଓ କମଲଲୋଚନ ଦାସ, ଜିଲ୍ଲା ସମ୍ପାଦକ ଆଶିଷ ଘୋଷ, ବିଭୁ ପ୍ରସାଦ ଦାସ, ପିଙ୍କି ପ୍ରଧାନ ଓ ସସ୍ମିତା ଚାନ୍ଦ, ଜିଲ୍ଲା ପରିଷଦ ସଦସ୍ୟ ବିପିନ ମାରାଣ୍ଡି, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ମଣ୍ଡଳ ସଭାପତି କୃଷ୍ଣା ଶାହା, ସବୀତା ପାଣିଗ୍ରାହୀ, ନଗର ସଭାନେତ୍ରୀ ସସ୍ମିତା ପଣ୍ଡା, ସଞ୍ଜୁକ୍ତା ମହାପାତ୍ର, ବାସନ୍ତୀ ବେହେରା, ରୂବି ନନ୍ଦ, ଉର୍ମିଳା ବେହେରା, ପ୍ରଶାନ୍ତି ସାହୁ, ପାର୍ବତୀ ଜେନା, ଅବନ୍ତୀ ସାହୁ, ଇତିଶ୍ରୀ ପରିଡ଼ଆ, ସ୍ବାଧିନ ପଣ୍ଡା, ସୁବୋଧ ପଣ୍ଡା, ମୁନା ମହାନ୍ତ, ଜଳଧର ମହାନ୍ତି, ଦେବବ୍ରତ ମିଶ୍ର, ବବି, ଅରୁପ ଜେନା, ରାଜେଶ, ପ୍ରଫୁଲ୍ଲ ଦ୍ବିବେଦୀ, ସରୋଜ, ସୋଭାକର ସାହୁ, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ଜୋଗେନ ରଣା, ମଣ୍ଟୁ ପେରିଓ୍ବାଲ, ସୁରଝଙ୍କାର ସେଠୀ, ପିଣ୍ଟୁ ପୋଦ୍ଦାର, ଦୁଖଃନ, ଲାଲୁ ରାଜବଂଶ, ବିଜୟ ଭାରତୀ, ତରୁଣ ବର୍ଦ୍ଧନ ପ୍ରମୁଖ ଅଂଶଗ୍ରହଣ କରିଥିଲେ :- ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ, ଭାରତୀୟ ଜନତା ପାର୍ଟି, ବାଲେଶ୍ବର


