ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଲାଗି ଛତ୍ରପୁର ରେ କ୍ୟାଣ୍ଡେଲ ଶୋଭାଯାତ୍ରା
ଛତ୍ରପୁର, (ଦେବଦତ୍ତ ମହାରଣା) : ମମିତା ମେହେରଙ୍କ ଅପହରଣ ପରେ ହତ୍ୟା ହୋଇଥିବା ଘଟଣା ର ତୁରନ୍ତ ନ୍ୟାୟ ଦେବା ଉଦ୍ଦେଶ୍ୟ ରେ ଭାରତୀୟ ଜନତା ପାର୍ଟି ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ସୋମବାର ଅପରାହ୍ନରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ସ୍ଥାନୀୟ ଠାକୁରାଣି ମନ୍ଦିର ପ୍ରାଙ୍ଗଣରୁ ବାହାରି ଲୋୟାର ବସଷ୍ଟାଣ୍ଡ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୁର୍ତ୍ତି ନିକଟରେ ପହଂଚିଥିଲା । ଏହି ଘଟଣାର ନିରପେକ୍ଷ ତଦନ୍ତ, ସିବିଆଇ ହାତକୁ ନେବା ଓ ଏଥିରେ ସଂପୃକ୍ତ ଥିବା ମନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଦାବୀ କରିଛନ୍ତି । ଏହି କ୍ୟାଣ୍ଡେଲ ଶୋଭାଯାତ୍ରାରେ ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ମଣ୍ଡଳ ସଭାପତି ସଂଜିତ ରାଉଳ, ଲିଗାଲ ସେଲ୍ କନଭେନର ପ୍ରଦୀପ କୁମାର ପାଢୀ, ଏସସି ମୋର୍ଚ୍ଚା ରାଜ୍ୟ ସମ୍ପାଦକ କୀର୍ତ୍ତନ ଦାସ, ଜିଲ୍ଲା ସମ୍ପାଦକ ଭିମସେନ ବେହେରା, କୃଷକ ମୋର୍ଚ୍ଚାର ଜିଲ୍ଲା ଉପସଭାପତି ଗଣପତି ବାରିକ, କୃଷକ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ବିଜୟ ମୁଦୁଲୀ, ଭିକାରିପଲ୍ଲୀ ମଣ୍ଡଳ ସଭାପତି ପଦ୍ମ ପରିଡା, ବିଜେପି ଜିଲ୍ଲା ଉପ ସଭାନେତ୍ରୀ ରଶ୍ମିରାଣୀ ମହାପାତ୍ର, ଗଞ୍ଜାମ ଏନଏସି ମଣ୍ଡଳ ସଭାପତି ସୁଦାମ ଜେନା, ଯୁବ ମୋର୍ଚ୍ଚାର ଜିଲ୍ଲା ସମ୍ପାଦକ ଡି . ସୁରେଶ ରେଡ୍ଡି, ଏସସି ମୋର୍ଚ୍ଚାର ଜିଲ୍ଲା ସମ୍ପାଦକ ସୁରେନ୍ଦ୍ର ସେଠୀ, ଏସସି ମୋର୍ଚ୍ଚାର ପୂର୍ବତନ ଜିଲ୍ଲା ସଭାପତି ଚୈତନ୍ୟ ପ୍ରଧାନ, ଶଙ୍କର ରାଓ, ତିରୁପତି ରାଓ, ରଘୁନାଥ ରେଡ୍ଡି, ଏନ୍ ଦୀନବନ୍ଧୁ, ବିଜୟ ପରିଡାଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ସାମିଲ ଥିଲେ ।


