ମମିତା ମେହେର ହତ୍ୟାକାଣ୍ଡ ମାମଲା

ଛତ୍ରପୁର, (ଦେବଦତ୍ତ ମହାରଣା) : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ସାରା ଓଡିଶାରେ ଉତ୍ତେଜନା ସୃଷ୍ଠି ହେଉଥିବା ବେଳେ ଗୃହମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବହିଷ୍କୃତ ଦାବିରେ ସାରା ଓଡିଶାରେ ଭାରତୀୟ ଜନତା ପାର୍ଟି ସ୍ୱର ଉତ୍ତୋଳନ କରୁଛି । ଏହି କ୍ରମରେ ଗୁରୁବାର ଛତ୍ରପୁର ଠାରେ ମଧ୍ୟ ଘୁମୁସର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ତରଫରୁ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଶହ ଶହ ଭାରତୀୟ ଜନତା ପାର୍ଟିର ସମର୍ଥକ ସ୍ଥାନୀୟ ସର୍କିଟ ହାଉସ୍ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟରେ ପହଂଚି କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ଏସପିଙ୍କ କାର୍ଯ୍ୟାଳୟରେ ପୂର୍ବରୁ ପୋଲିସ୍ ବ୍ୟାରିକେଟ ବାନ୍ଧି ଜଗି ରହିଥିବା ବେଳେ ଏସପିଙ୍କ କାର୍ଯ୍ୟାଳୟ ଭିତରକୁ ପଶିବା ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ୍ ଓ କର୍ମୀ ମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଶେଷରେ ବିଜେପି ପକ୍ଷରୁ ମମିତା ମେହେର ହତ୍ୟାକାଣ୍ଡ ମାମଲାର ନିରପେକ୍ଷ ତଦନ୍ତ ଦାବି ଓ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ଗଞ୍ଜାମ ଏସପି ବ୍ରିଜେସ୍ କୁମାର ରଏଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ଏହି ଆନ୍ଦୋଳନରେ ଘୁମୁଷର ଜିଲ୍ଲା ବିଜେପି ଯୁବମୋର୍ଚ୍ଚ ସଭାପତି ପ୍ରମୋଦ କୁମାର ପଣ୍ଡା, ସଂଯୋଜକ ଅଶୋକ କୁମାର ପଣ୍ଡା, ଗଞ୍ଜାମ ଜିଲ୍ଲା ପ୍ରଭାରୀ ସୁରଥ ବିଶ୍ୱାଳ, ରାଜ୍ୟ ବିଜେପି ସାଧାରଣ ସଂପାଦକ ଓମ୍ ପ୍ରକାଶ ମିଶ୍ର, ବିଜେପି ଘୁମୁଷର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ରଞ୍ଜନ କୁମାର ପଲାଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର, ନୀଳମଣୀ ବିଷୋୟୀ, ପ୍ରଦ୍ୟୁମ୍ନ ନାୟକ, ଭାରତୀ ବେହେରା, ଛତ୍ରପୁର ନଗର ସଭାପତି ସଞ୍ଜିତ୍ କୁମାର ରାଉଳ, ଯୁବମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ଉପସଭାପତି କେ.ରଘୁନାଥ ରେଡ୍ଡୀ, ଡି.ସୁରେଶ ରେଡ୍ଡୀ, ଅମରେଶ ମହାରଣା, ବିଜେପି ଜିଲ୍ଲା ଲିଗାଲ ସେଲ୍‌ର ସଭାପତି ପ୍ରଦୀପ କୁମାର ପାଢୀଙ୍କ ସମେତ ବହୁ ସଂଖ୍ୟକ ବିଜେପି କର୍ମୀ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ