ମମିତା ମେହେର ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଅ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲା ସନସାଇନ ସ୍କୁଲ୍ର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାରେ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ କରିବା ସହ ଗିରଫ କରିବା ଦରକାର । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ୩୦୨ ଦଫାରେ ଗିରଫ କରି ତୁରନ୍ତ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଅ । ନବୀନ ବାବୁ ଶାସନରେ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ଆମେ ‘ଅଖିଳ ଭାରତ ପ୍ରଗତିଶୀଳ ମହିଳା ସମିତି’(ଆଇପୁଆ) ରାଜ୍ୟ କମିଟି ତରଫରୁ ଏହାର ଘୋର ନିନ୍ଦା କରୁଛୁ । ମାଆଙ୍କୁ ସମ୍ମାନ ସ୍ଲୋଗାନ ଦେଉଥିବା ସରକାର ଆତ୍ମସମୀକ୍ଷା କରିବାକୁ ଆମେ ଦାବି କରୁଛୁ ।


