ମମିତା ମେହେର ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲା ସନ୍‌ସାଇନ ସ୍କୁଲ୍‌ର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାରେ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ କରିବାକୁ ଆମେ ଦାବି କରୁଛୁ । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ୩୦୨ ଦଫା ଲଗାଇ ଗିରଫ କରିବା ସହ ତୁରନ୍ତ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯାଉ । ମମିତା ମେହେର ହତ୍ୟାକାଣ୍ଡର ବିଚାର ବିଭାଗୀୟ ତଦନ୍ତ କରାଯାଉ । ନବୀନ ବାବୁଙ୍କ ଶାସନ କାଳରେ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ଏହା ରାଜ୍ୟବାସୀଙ୍କ ସମ୍ମାନରେ ଆଞ୍ଚ ଆଣିବା ସହ ‘ମାଆକୁ ସମ୍ମାନ’ ସ୍ଲୋଗାନ ପ୍ରଶ୍ନବାଚୀ ଲଗାଇଛି । ମମିତାଙ୍କ ପରିବାରକୁ ନ୍ୟାୟ ଦେବାକୁ ଆମେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି କରୁଛୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ