ମରଚାଇପଦା ମନ୍ଦିର ପ୍ରତିଷ୍ଠାର ଦ୍ୱିତୀୟ ସନ୍ଧ୍ୟା, ଯୋଗଦେଲେ ପୁରୀ ମୁକ୍ତି ମଣ୍ଡପର ସଭାପତି

ହାଟଡ଼ିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ସୋସୋ ପଞ୍ଚାୟତ ମରଚାଇପଦାରେ ଅନୁଷ୍ଠିତ ପତିତପାବନ ମନ୍ଦିର ପ୍ରତିଷ୍ଠା ଉତ୍ସବର ଆଜି ଦ୍ୱିତୀୟ ସନ୍ଧ୍ୟାରେ ପୁରୀ ମୁକ୍ତି ମଣ୍ଡପର ସଭାପତି ପଣ୍ଡିତ ବିଶ୍ୱନାଥ ମିଶ୍ର ଯୋଗଦେଇ ମନ୍ଦିରର ଧ୍ୱଜା ସ୍ଥାପନ କରିବା ସହିତ ଜଗନ୍ନାଥ ସଂସ୍କୃତି ଉପରେ ମତବ୍ୟକ୍ତ କରିଥିଲେ । ତିନିଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଷ୍ଠା ଉତ୍ସବରେ ଆଜି ସକାଳେ ପଣ୍ଡିତ ମାନଙ୍କ ଦ୍ୱାରା ସୂର୍ଯ୍ୟପୂଜା, ଧେନୁପୂଜା ପରେ ହୋମଯଜ୍ଞାଦି କରାଯିବା ସହିତ ମନ୍ଦିର ନ୍ୟାଶ, ମନ୍ଦିର ପ୍ରତିଷ୍ଠା, ସିଂହାସନ ପ୍ରତିଷ୍ଠା କରାଯିବା ପରେ ଅପରାହ୍ନରେ ଧ୍ୱଜ ସ୍ଥାପନ କରାଯାଇଥିଲା । ଶିକ୍ଷାବିତ ହରମୋହନ ପଣ୍ଡା, ସୁବାସିନୀ ପଣ୍ଡା ମୁଖ୍ୟ କର୍ତ୍ତା ସାଜିଥିବାବେଳେ ଶଙ୍ଖାଳି ଚରଣ ରାଉଳ, ରମେଶ ଚନ୍ଦ୍ର ବଳ, ଗୋବର୍ଦ୍ଧନ ରାଉତ, ଯଯାତି କେଶରୀ ମହାନ୍ତି, ନିତ୍ୟାନନ୍ଦ ରାଉତ, ବିଡଧାନ ଚନ୍ଦ୍ର ରାଉତ, ସୁରେନ୍ଦ୍ର କୁମାର ସା, ନରୋତ୍ତମ ରାଉତ, ସୁରେନ୍ଦ୍ର କୁମାର ସା, ପୃଥିରାଜ ପାଣିଗ୍ରାହୀ, ଗୌରାଙ୍ଗ ରାଉତ, ସନାତନ ଭୋଇ, ନିରଞ୍ଜନ ମହାନ୍ତି, ଫକିର ଚରଣ ବେହେରା, ମୋହନ ଚରଣ ହାତୀ, କାବୁଲି ବେହେରା, ଜଗନ୍ନାଥ ବେହେରା, ଗଗନ ସାମଲ ପ୍ରମୁଖ ସହକର୍ତ୍ତା ଭାବେ ଏଥିରେ ସାମିଲ ହୋଇଛନ୍ତି । ମରଚାଇପଦା, କାନପୁର ଓ ନିଉଦାନୀ ଗ୍ରାମର ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନା କରୁତôବାବେଳେ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ମନ୍ଦିର ପରିଚାଳନା କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁତôବାବେଳେ ଆଖ ପାଖ ଗ୍ରାମର କୁନି କୁନି ପ୍ରତିଭା ମାନଙ୍କ ଦ୍ୱାରା ନୃତ୍ୟ, ସଙ୍ଗୀତ ଆଦି ପରିବେଷଣ କରାଯାଉଛି । ଆସନ୍ତାକାଲି ଏହାର ପୁର୍ଣ୍ଣାହୁତୀ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ