ମରଣାନ୍ତକ ଆକ୍ରମଣ ମାମଲାରେ ପୋଲିସର ଉଦାସୀନତା ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଏକ ମରଣାନ୍ତକ ଆକ୍ରମଣ ମାମଲାରେ ନିକିରାଇ ଥାନା ପୋଲିସର ଉଦାସୀନତା ବିରୋଧରେ ସୋମବାର ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିବା ଜଣାପଡିଛି । ଅଭିଯୋଗ ଅନୁଯାଇ ନିକିରାଇ ଥାନା ଅନ୍ତର୍ଗତ ଜୟକୃଷ୍ଣପୁର ଗ୍ରାମର ରତ୍ନାକର ବାରିକ ଅଭିଯୋଗ କରିଛନ୍ତି ଯେ ପୂର୍ବ ଶତୃତାକୁ କେନ୍ଦ୍ରକରି ଯୋଜନାବଦ୍ଧ ଭାବେ ଗତ ତା ୪.୦୯.୨୦୨୦ରିଖ ରାତି ୯ଟା ସମୟରେ ସେହିଗ୍ରାମର ମହାପୁରୁଷ ସେଠୀସାହି ଛକରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରାଙ୍କ ଭାଇ ହିରନ ବେଉରା ଓ ତାଙ୍କ ଦାଦାପୁଅ ଭାଇ ସୂର୍ଗତ କରୁଣାକର ବେହେରାଙ୍କ ପୁଅ ବିନୋଦ ବେଉରା ରତ୍ନାକରଙ୍କୁ ଘେରିଯାଇ ବିଭିନ୍ନ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହିତ ମାଡମାରିଥିଲେ । ଏହାର ପ୍ରତିବାଦ କରିବାରେ ବିନୋଦ ହଠାତ ନିଜ ଅଂଟାରୁ ଏକ ଭୁଜାଲି ବାହାର କରି ରତ୍ନାକରଙ୍କ ବେକକୁ ଲକ୍ଷ୍ୟକରି ଚୋଟ ପକାଇବା ସମୟରେ ରତ୍ନାକର ବାମହାତ ଦେଖାଇଦେବାରୁ ତାଙ୍କ ହାତ କଟିଯିବା ସହ ଧାର ଧାର ରକ୍ତ ବୋହିଥିଲା । ଏହି ସମୟରେ ହିରନ୍ୟ ରତ୍ନାକରଙ୍କ ତଂଟିକୁ ଚିପିଧରି ତାଙ୍କ ଅଣ୍ଡକୋଷକୁ ଗୋଇଠା ମାରିଥିବା ସେ ଅଭିଯୋଗ କରିଛନ୍ତି । ଏହି ସମୟରେ ରତ୍ନାକର ବଡପାଟି କରି ଡାକପକାଇବାରୁ ସ୍ଥାନୀୟ ଲୋକେ ଦୈାଡି ଆସିବାରୁ ହିରନ ରତ୍ନାକରଙ୍କ ବେକରୁ ଦେଢଭରୀ ଓଜନର ଏକ ସୁନାଚେନ ଛିଡାଇନେଇ ପଳାଇଯିବା ବେଳେ ରତ୍ନାକରଙ୍କୁ ଏକୁଟିଆ ପାଇଲେ ଜୀବନରେ ମାରିଦେବାକୁ ଧମକ ଦେଇ ଉଭୟ ଅଭିଯୁକ୍ତ ସ୍ଥାନଛାଡି ଦୈାଡି ଚାଲିଯାଇଥିଲେ ବୋଲି ରତ୍ନାକର ଅଭିଯୋଗ କରିଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ରତ୍ନାକରଙ୍କୁ ଇନ୍ଦୁପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରୁ ଫେରି ରତ୍ନାକର ନିକିରାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେବି ନିକିରାଇ ଥାନା ପୋଲିସ ଅଦ୍ୟାବଧି ଅଭିଯୁକ୍ତମାନଙ୍କୁ ଗିରଫ ନକରିବାରୁ ସେମାନେ ପୁନର୍ବାର ରତ୍ନାକରଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି । ଏଭଳି ଭାବରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ ନକରିବା ଓ ସେମାନେ ଖୁଲମଖୁଲା ବୁଲିବା ଘଟଣା ସାଧାରଣରେ ତୀବ୍ର ଉତେଜନା ସୃଷ୍ଟି କରିଛି । ତେଣୁ ରତ୍ନାକର ଅନ୍ୟ କୈାଣସି ଉପାୟ ନପାଇ ନିକିରାଇ ଥାନା ପୋଲିସର ଉଦାସୀନତା ବିରୋଧରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଏତଦଭିନ୍ନ ଗ୍ରାମବାସୀଙ୍କ ପକ୍ଷରୁ ବାବାଜୀ ମଳିକ, ଗୋପିନାଥ ବାରିକ, ଅନନ୍ତ ପ୍ରସାଦ ମଳିକ, ସୁଦାମ ଚରଣ ମଳିକ, ମୀନତୀ ପରିଡା, ପଦ ସେଠୀ, ବାନାମ୍ବର ସେଠୀ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ପାଇଁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ