ମରଣାନ୍ତକ ଆକ୍ରମଣରେ ପତିପତ୍ନୀ ଗୁରୁତର
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ଏକ ମରଣାନ୍ତଙ୍କ ଆକ୍ରମଣରେ ପତିପତ୍ନୀ ଗୁରୁତର ହୋଇଥିବା ନେଇ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଛି । ସଦର ଥାନା ଅନ୍ତର୍ଗତ ଆୟବା ପଞ୍ଚାୟତର କେଉଟଗଡ ଗ୍ରାମର ମେନ୍ଦ୍ର କୁମାର ନାୟକଙ୍କ ପତ୍ନୀ ପଙ୍କଜିନି ନାୟକ ସଦର ଥାନାରେ ଅଭିଯୋଗ କରିଛନ୍ତି ଯେ ଗତ ୨୫ତାରିଖ ଦିନ ପ୍ରାୟ ସାଢେ ୧୨ଟା ସମୟରେ ସେହି ଗ୍ରାମର ଗୁରୁ ଚରଣ ନାୟକ ଓ ତାଙ୍କ ପରିବାର ଲୋକ ତାଙ୍କ ଘୁଆଳରୁ ଗାଇକୁ ଯୋରଜବରଦସ୍ତ ନେଇଯିବାକୁ ଉଦ୍ୟମ କରୁଥିଲେ । ସେହି ସମୟରେ ପଙ୍କଜିନି ତାଙ୍କ ଶଶୁରଙ୍କୁ ଡାକି ଆଣିଥିଲେ । ତାଙ୍କ ଦେଢଶୁର ଜୀତେନ୍ଦ୍ର ନାୟକ ଏକ କାଠ ଫାଳିଆରେ ତାଙ୍କ ମୁଣ୍ଡକୁ ଲକ୍ଷ୍ୟକରି ପ୍ରହାର କରିବାରେ ପଙ୍କଜିନି ହାତ ଦେଖାଇ ଦେବାରେ ସେହି କାଠଫାଳିଆ ବାଜି ତାଙ୍କ ପାପୁଲି ଫାଟି ଯାଇ ରକ୍ତଶ୍ରାବ ହୋଇଥିଲା । ପଙ୍କଜିନିଙ୍କ ଚିତ୍କାର ଶୁଣି ତାଙ୍କ ସ୍ୱାମୀ ମହେନ୍ଦ୍ର ଆସିଯିବାରୁ ଜୀତେନ୍ଦ୍ରଙ୍କ ପତ୍ନୀ ତାଙ୍କୁ ମଧ୍ୟ ମରଣାନ୍ତଙ୍କ ଆକ୍ରମଣ କରିଥିଲେ । ଏଥିସହିତ ପଙ୍କିଜିନିଙ୍କ ଶଶୁରଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିବା ସହ ଘର ଆଜବେଷ୍ଟସକୁ ଓ ବାଇକକୁ ବାଡେଇ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଉଭୟ ପତିପତ୍ନୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି ।