ମରଣାନ୍ତଙ୍କ ଆକ୍ରମଣ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା

କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍): ଏକ ଗରୀବ ପରିବାରଟିର ବାସଗୃହକୁ ଭାଙ୍ଗିଦେଇ ସେହି ପରିବାରକୁ ବେଘର କରିବା ସହ ସେହି ପରିବାରକୁ ମରଣାନ୍ତକ ଆକ୍ରମଣ କରିବା ବିରୋଧରେ ସଂପୃକ୍ତ ପରିବାର ପକ୍ଷରୁ କେନ୍ଦ୍ରାପଡା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଥାନା ପକ୍ଷରୁ ସେହି ଅଭିଯୁକ୍ତଙ୍କ ବିରୋଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ତାହାର ପ୍ରତିବାଦରେ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେହି ପିଡିତ ପରିବାର ଧାରଣାରେ ବସିରହିଥିବାର ଦେଖାଯାଇଥିଲା । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ସାରଙ୍ଗ ଗ୍ରାମର ସନାତନ ସାହୁଙ୍କ ପତ୍ନୀ ମିନତୀ ସାହୁ ଅଭିଯୋଗ କରିଛନ୍ତି ଯେ ଗତ ମଇମାସ ୮ ତାରିଖଦିନ ସେହି ଗ୍ରାମର କେତେକ ଖଳ ପ୍ରକୃତିର ବ୍ୟକ୍ତି ମିନତୀଙ୍କ ବାସଗୃହଟିକୁ ଭାଙ୍ଗିଦେବା ସହିତ ତାଙ୍କ ସ୍ୱାମୀଙ୍କ ପ୍ରତି ଅଶାଳୀନ ବ୍ୟବହାର ପ୍ରଦର୍ଶନ କରି ମରଣାନ୍ତକ ଆକ୍ରମଣ କରିଥିଲେ । ଏତଦଭିନ୍ନ ସେହି ଅଭିଯୁକ୍ତମାନେ ମିନତୀଙ୍କ ବାସଗୃହଟିକୁ ନିଆଁରେ ପୋଡିଦେଇ ଘର ଭିତରେ ଥିବା ଜିନିଷପତ୍ରକୁ ଲୁଟ କରିନେଇଥିବା ମଧ୍ୟ ଥାନାରେ ଅଭିଯୋଗ ହୋଇଛି । କିନ୍ତୁ ସେହି ଅଭିଯୋଗ ଉପରେ ବାରମ୍ବାର ନିବେଦନ ପରେବି କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରେ ମିନତୀ,ତାଙ୍କ ସ୍ୱାମୀ ସନାତନ ଓ ଛୋଟପୁଅ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ବାଧ୍ୟହୋଇଥିଲେ । ଜିଲ୍ଲାପାଳ ସମର୍ଥ ବର୍ମା ଏସମ୍ପର୍କରେ ଏସପିଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ