ମରଣ ସହ ସଂଘର୍ଷ କରି ଶେଷରେ ଆଖି ବୁଜିଲେ ବିନୋଦ

କୋଦଳା, (ଗୁଲସନ କୁମାର କର):ଦୁଇବର୍ଷ ଧରି ବ୍ରେନ୍ ଟ୍ୟୁମର୍ ରୋଗରେ ପୀଡିତ ଗରିବ ଅସହାୟ ବିନୋଦ ଶେଷରେ ଆଖି ବୁଜିଛନ୍ତି। ଗଂଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଳକ ଖଣ୍ଡିଆନଈ ପଞ୍ଚାୟତର ଦେଉଳିଆପଡା ଗ୍ରାମର ବିନୋଦ ଡାକୁଆ। ସେଲୁନ୍ କରି ନିଜର ଗୁଜୁରାଣ ମେଣ୍ଟାଉଥିବା ଏହି ଗରିବ ବିପିଏଲ ବିନୋଦଙ୍କ ସ୍ତ୍ରୀ ଓ ପିଲାମାନେ ବିନୋଦକୁଂ ବ୍ରେନ୍ ଟ୍ୟୁମର୍ ହେବା କଥା ଜାଣିବା ପରେ ହତବାକ୍ ହୋଇ ଯାଇଥିଲେ। ଧାର ଉଧାର କରି ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ କରି ସର୍ବସ୍ୱାନ୍ତ ହୋଇ ସାରିବା ପରେ ସରକାରଙ୍କ ସହାୟତା ପାଇଁ ବାରମ୍ବାର ଏ ଅଫିସରୁ ସେ ଅଫିସ୍ ଦୌଡି ମଧ୍ୟ କୌଣସି ସରକାରୀ ସାହାଯ୍ଯ ନ ପାଇ ଶେଷରେ ନିରାଶ ହୋଇଥିଲେ। ପାଖରେ ସ୍ୱାସ୍ଥ୍ୟବୀମା କାର୍ଡ ଥାଇ ମଧ୍ୟ କଟକ ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନ ବଡ଼ ମେଡିକାଲକୁ ଯାଇ ଚିକିତ୍ସା ପାଇଁ ସହାୟତା ଲୋଡ଼ିଥିଲେ। କିନ୍ତୁ ଏହାକୁ ଗ୍ରହଣ କରି ନଥିବା ଅଭିଯୋଗ ହୋଇଥିଲା। ନିଜର ସ୍ତ୍ରୀ ଓ ଦୁଇ ଝିଅକଂ ସହ ବିନୋଦଙ୍କ ପରିବାର ନିଜର ପରିବାର ପ୍ରତିପୋଷଣ ଓ ପିଲାମାନଙ୍କ ପାଠ ପଢିବା ଖର୍ଚ୍ଚ ତୁଲାଇବା ଅତ୍ୟନ୍ତ କଷ୍ଟକର ହୋଇଥିଲା ବେଳେ ସରକାରୀ ସାହାଯ୍ୟ ପାଇଁ ଜିଲ୍ଲା ପ୍ରଶାସନକୁ ନିବେଦନ କରି ମଧ୍ୟ ନିରାଶ ହୋଇ ପଡିଥିଲେ। ଶେଷରେ ପାଖାପାଖି ଦୁଇବର୍ଷ ଧରି ରୋଗ ଶଯ୍ୟାରେ ପଡି ଶେଷରେ ସୋମବାର ପ୍ରାଣ ହରାଇଛନ୍ତି ବିନୋଦ। ବିନୋଦଙ୍କ ମୃତ୍ୟୁ ପରେ ସ୍ତବ୍ଧ ହୋଇ ପଡିଛି ପୁରା ପରିବାର। ଦୁଇ ଝିଅ ବର୍ଷା ଡାକୁଆ (୧୪), ଆଶା ଡାକୁଆ ଦଶମ ଓ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ଏବେ ବାପାଙ୍କ ମୃତ୍ୟୁ ପରେ ବେସାହାରା ହୋଇ ପଡିଛନ୍ତି। ଏବେ ଉକ୍ତ ପରିବାରକୁ ସହାୟତା ସହ ଥଇଥାନ କରିବା ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି ପରିବାର।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ