ମରାଠି ଲୁକରେ ନଜର ଆସିବେ କାଜୋଲ୍‌

ବଲିଉଡରେ ଦୀର୍ଘ ୯ବର୍ଷ ପରେ ପୁଣି ଏକାଠି ନଜର ଆସିବେ ଅଜୟ ଓ କାଜୋଲ୍ ଙ୍କ ଯୋଡି । ପୁଣିଥରେ ଦର୍ଶକ  ଫିଲ୍ମ ‘ତାନାଜୀ’ରେ ଦୁହେଁ ଙ୍କୁ ଦେଖିବାକୁ ପାଇବେ । ଫିଲ୍ମ ‘ତାନାଜୀ’ରେ କାଜୋଲ୍ ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ଅଜୟଙ୍କ ଲୁକ୍ ପୂର୍ବରୁ ସାମ୍ନାକୁ ଆସିଥିଲା। ଆଉ ଏବେ କାଜୋଲ୍‌ଙ୍କ ଲୁକ୍ ମଧ୍ୟ ସାମ୍ନାକୁ ଆସିଛି। ମରାଠି ବେଶରେ ମୁଣ୍ଡରେ ବଡ଼ ବିନ୍ଦି ସହ ନାକରେ ରିଙ୍ଗ ପିନ୍ଧି କାଜୋଲ ବେଶ୍ ଦମ୍‌ଦାର୍ ଲାଗୁଛନ୍ତି। ଜଣାଇ ଦେବାକୁ ଚାହୁଁ ଯେ ଏହି ଫିଲ୍ମରେ ଅଜୟ ‘ତାନାଜୀ ମାଲୁସରେ’ଙ୍କ ଭୂମିକାରେ ଅଭିନୟ କରିଥିବାବେଳେ କାଜୋଲ୍ ତାଙ୍କ ପତ୍ନୀ ସାବିତ୍ରୀବାଈ ମାଲୁସରେଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମଟି ମରାଠା ସାମ୍ରାଜ୍ୟର ମହାନ ଯୋଦ୍ଧା ତାନାଜୀ ମାଲୁସରେଙ୍କ ଉପରେ ତିଆରି ହୋଇଛି। ଏହି ଫିଲ୍ମଟିକୁ ଅଜୟ ଦେବଗନ୍ ଓ ଟି-ସିରିଜ୍ ମିଶି ପ୍ରଯୋଜନା କରୁଥିବା ବେଳେ ଓମ୍ ରାୱତ୍ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମଟି ଆସନ୍ତା ବର୍ଷ ଜାନୁଆରୀ ୧୦ରେ ରିଲିଜ୍ ହେବ। କାଜୋଲ୍ ଓ ଅଜୟ ଏହି ଫିଲ୍ମ ଜରିଆରେ ଅନେକ ଦିନ ପରେ ପରଦାକୁ ଏକାଠି ଫେରୁଛନ୍ତି। ଏହି ଫିଲ୍ମରେ ମଧ୍ୟ ଦର୍ଶକ ଦୁହିଁଙ୍କୁ ପସନ୍ଦ କରିବେ ବୋଲି ଆଶା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ