ମରାମତି ଅଭାବରୁ ରାସ୍ତା ମରଣଯନ୍ତା

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ଗୋପାଳପୁର କେନାଲ ଛକ ଠାରୁ ଓଡଙ୍ଗ ଗ୍ରାମ ପଞ୍ଚାୟତର ହନୁମାନ ଛକ ଭାୟା ଗୋପାଳପୁର ଗ୍ରାମ ପ୍ରାୟ ୧ କିମିରୁ ଉର୍ଦ୍ଧ୍ୱ ରାସ୍ତା ମରାମତି ଅଭାବରୁ ଖାଲଖମାରେ ପରିଣତ ହୋଇଛି । ଫଳରେ ଲୋକ ମାନେ ଯାତାୟତ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉକ୍ତ ରାସ୍ତା ଦେଇ ୨ଟି ପଞ୍ଚାୟତର ଛାତ୍ରଛାତ୍ରୀଙ୍କ ସମେତ ୩ ହଜାରରୁ ଉର୍ଦ୍ଧ୍ୱ ଲୋକ ନିର୍ଭର କରିଥାନ୍ତି । ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ଲୋକ ମାନେ ବ୍ଲକ ଓ ଜିଲା ସଦର ମହକୁମାକୁ ଯାତାୟତ କରିଥାନ୍ତି । ଗତ ୨ ବର୍ଷ ତଳେ ଏହି ରାସ୍ତା ମରାମତି ହୋଇଥିଲେ ମଧ୍ୟ ନିମ୍ନମାନର କାର୍ଯ୍ୟ ଯୋଗୁ ଏହା ନଷ୍ଟ ହୋଇଯାଇଥିବା ଲୋକେ ଅଭିଯୋଗ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ