ମରାମତି ହେଲା ରାସ୍ତା କୁ ଢ଼ଳି ରହି ଥିବା ୧୧ କେଭି ବିଦ୍ୟୁତ୍ ଖୁଣ୍ଟ ଓ ତାର

ନିମାପଡ଼ା, (ସନ୍ତୋଷ ଦାଶ) :ନିମାପଡା ବ୍ଲକ ଚାରିଛକ ନିକଟସ୍ଥ ପାଳିଶ୍ରୀ ଗ୍ରାମ ମୁଣ୍ଡ ରେ ରହିଛି ଏକ ୨୫କେଭି ବିଦ୍ୟୁତ ଟ୍ରାନ୍ସଫରମର । ଏହି ଟ୍ରାନ୍ସଫରମର ଉପରେ ପାଳିଶ୍ରୀ ଗ୍ରାମର ୫୦ ରୁ ଉର୍ଦ୍ଧ ପରିବାର ବିଦ୍ୟୁତ ପାଇଁ ନିର୍ଭର କରିଥାନ୍ତି । ଟ୍ରାନ୍ସ ଫରମର ଟି ରାସ୍ତା କଡ଼ରେ ରହିଥିବାବେଳେ ବିଦ୍ୟୁତ ଖୁଣ୍ଟ ଓ ୧୧କେଭି ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ରାସ୍ତା ପାଶ୍ଵ କୁ ବିପଦ ଜନକ ଭାବେ ଢଳିରହିଥିଲା। ଏହି ରାସ୍ତା ଦେଇ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ କୁ ଯାଉଥିବା ବେଳେ ଗ୍ରାମବାସୀ ମାନେ ମଧ୍ୟ ନିୟମିତ ଯାତାୟାତ କରିଥାନ୍ତି । ରାସ୍ତା କୁ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ଢଳି ରହିଥିବାରୁ ଯେ କୌଣସି ସମୟରେ ଏଠାରେ ଅଘଟଣ ଘଟିବା ଆଶଙ୍କା ସୃଷ୍ଟି ହେଉଥିଲା। ଗ୍ରାମବାସୀ ମାନେ ବାରମ୍ବାର ଏ ବିଷୟରେ ବିଦ୍ୟୁତ ବିଭାଗ କର୍ମଚାରୀ ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଇ ନଥିଲା ଫଳରେ ଗ୍ରାମ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇ ଥିଲା । ଏ ସମ୍ପର୍କ ରେ ଏକ ଖବର ଫଟୋ ସହିତ ପ୍ରକାଶ ପାଇବାପରେ ତୁରନ୍ତ ବିଭାଗୀୟ ଅଧିକାରୀ ଘଟଣାସ୍ଥଳ ରେ ପହଞ୍ଚି ଘଟଣା ର ଅନୁଧ୍ୟାନ କରିଥିଲେ ଓ ତୁରନ୍ତ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ଓ ଖୁଣ୍ଟ କୁ ମରାମତି କରି ଥିଲେ। ଫଳରେ ଗ୍ରାମବାସୀ ମାନେ ଗଣମାଧ୍ୟମ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ