ମରିୟମ ରଇତ ଗଜପତି ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଓ ଧନେଶ୍ୱର ଉପାଧ୍ୟକ୍ଷ ଭାବେ ନିଯୁକ୍ତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସମଗ୍ର ଗଜପତି ଜିଲ୍ଲାବାସୀଙ୍କ ପାଇଁ ଏକ ଆନନ୍ଦର ବିଷୟ. ମରିୟମ ରଇତଙ୍କୁ ଗଜପତି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଭାବେ ନିଯୁକ୍ତ ମିଳିଥିବାବେଳେ ଧନେଶ୍ଵର ଭୂୟାଁଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି. ସୂଚନାଯୋଗ୍ୟଯେ ନବନିଯୁକ୍ତ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ମରିୟମ ରଇତ ବିଜେଡିର ଜଣେ ସକ୍ରିୟ ନେତ୍ରୀ ଭାବେ ପରିଗଣିତ ହେଉଥିବାବେଳେ ୨୦୧୨-୧୭ ପର୍ଯ୍ୟନ୍ତ ଗୁମ୍ମା ବ୍ଲକ ଅଧ୍ୟକ୍ଷା ଭାବେ ଦାୟିତ୍ବ ତୁଲାଇ ଥିଲେ.୨୦୧୮ ରୁ ସେ ଗୁମ୍ମା ବ୍ଲକର ଦଳୀୟ ଉପ ସଭାନେତ୍ରୀ ଭାବେ ଦାୟିତ୍ୱ ତୁଲାଇ ଚଳିତ ୨୦୨୨ପଞ୍ଚାୟତ ନିର୍ବାଚନରେ ସମଗ୍ର ଗୁମ୍ମା ବ୍ଲକରେ ତୃଣମୂଳସ୍ତରରେ ଦଳକୁ ମଜବୁତ କରିବା ସହ ଦଳକୁ ବିଜୟ ଲାଭ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ. ସେହିପରି ନବ ନିଯୁକ୍ତ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷ ଧନେଶ୍ୱର ଭୂୟାଁ ମଧ୍ୟ ବିଜେଡିରେ ଜଣେ ସକ୍ରିୟ ନେତା ଭାବେ ବେଶ ଜଣାଶୁଣା. ସେ ଗତ ପଞ୍ଚାୟତ ନିର୍ବାଚନରେ ରାୟଗଡ ବ୍ଲକ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ.୨୦୨୨ ପଞ୍ଚାୟତ ନିର୍ବାଚନରେ ସେ ପ୍ରମୁଖ ଭୂମିକା ଗ୍ରହଣ କରି ଦଳକୁ ବିପୁଳ ପରିମାଣରେ ବିଜୟ କରିବାରେ ସଫଳ ହୋଇପାରିଥିଲେ. ଉଭୟଙ୍କ ନିଯୁକ୍ତ ଖବର ପ୍ରଚାରିତ ହେବା ପରେ ଜିଲ୍ଲାର ବିଭିନ୍ନ ମହଲରୁ ଶୁଭେଚ୍ଛାର ସହ ଖୁସିର ଲହରୀ ସୁଅ ଛୁଟିଛି. ସେହିପରି ନବ ନିଯୁକ୍ତ ଉଭୟ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବାସହ ଦିଆ ଯାଇଥିବା ଗୁରୁ ଦାୟିତ୍ୱକୁ ସୁଚାରୁରୂପେ ତୁଲେଇବେ ବୋଲି ପ୍ରକାଶ କରିଛନ୍ତି.